STORYMIRROR

mamata barik

Classics Children

3  

mamata barik

Classics Children

ଫେରି ଆସ ବୀର ଶାସକ

ଫେରି ଆସ ବୀର ଶାସକ

1 min
188


ଫେରି ଆସ ହେ ବୀର ଶାସକ ମାନ

ଏହି ଧରଣୀ ଧାମକୁ

ହଟାଇ ଦିଅ ଏ କଳା ବାଦଲକୁ

ଘଟୁଛି ଯା ଏବେ ସବୁ।।

ଦେଖିଥିଲ ସୁନାର ଭାରତ ସ୍ୱପ୍ନ

ଏବେ ତା ରୂପ ବିପନ୍ନ

ଶାସକ ଆଜି ସ୍ୱାର୍ଥରେ ଦିଏ ମନ

କିଏ କରିବ ତାଙ୍କୁ ଆହ୍ୱାନ।।

ଦେଶ ପାଇଁ ଦେଲ ଜୀବଦାନ

ଦେଶ ଆମର ସ୍ୱାଧୀନ

ସ୍ୱାଧୀନ ହେଇକି ବି ପରାଧୀନ

ଦେଶ ହେଉଛି ଲୁଣ୍ଠନ।।

ତମେ ଦେଇଥିଲ କେତେଯେ ସ୍ଲୋଗାନ

ବିଦେଶୀ ହେଲେ ଅପମାନ

ଗଢିଲ କେତେ ଯେ ସଂଗଠନ ମାନ

ଦେଶ ଆମର ସ୍ୱାଧୀନ।।

ସ୍ୱାଧୀନ ଦେଶ ଆଜି ବି ପରାଧୀନ

ଚାଲିଛି ହତ୍ୟା ଧର୍ଷ ଣ

ଶାସକ ଏହାକୁ କରେ ଅଭିବାଦନ

ଦେଶ କେମିତି ହେଲା ସ୍ୱାଧୀନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics