STORYMIRROR

Gangotri Priyadarshini

Abstract Classics Inspirational

4  

Gangotri Priyadarshini

Abstract Classics Inspirational

ସମ୍ପର୍କ ର ବୋଝ

ସମ୍ପର୍କ ର ବୋଝ

1 min
372


ଭାବି ଚିନ୍ତି କୁହ ମୋତେ

କେବେ ମାଗିଛି

ତୁମଠାରୁ ଆଞ୍ଜୁଲାଏ ଖୁସି

ଭରସି ଦେଇଛ କି କେବେ

ଖୁସିରେ କାଗଜ ଫୁଲ ପେନ୍ଥାଏ ।।


ଧରି ନେଇଛ 

ମୋ ଜୀବନକୁ ଆକ୍ତାମାକ୍ତା,

ଆବୁଡ଼ା ଖାବୁଡ଼ା ରାସ୍ତାରେ

ମେଘ ପାଣି ଜମା ବାଲି ବିଞ୍ଚା ପରସ୍ତ ।।


ଏ ସନ୍ଧିକ୍ଷଣରେ ମନେ ମୋର 

ଉଦବେଗ ଝଡର ତାଣ୍ଡବ

ରୋକି ପାରିବକି ଟିକେ ସାହସୀ ହେଇ ll


ନଚେତ୍ ସମୁଦ୍ର ବକ୍ଷରେ

ପିଟି ହେଇ ଇତଃସ୍ତତ ହେଇ ଯିବି

ଚିହ୍ନ ବର୍ଣ୍ଣ ସାଉଁଟିବାର 

ଅବସର ପାଇବ କାହୁଁ ?


ନିର୍ଭୟ ରୁହ,

ମୁଁ କେବଳ ସମର୍ପଣର ଦ୍ୱାହି ଦେଇ

ବିଶ୍ୱାସ ମାଗି ନେବିନି

ମୁଁ ପୂର୍ବରୁ ଜାଣିଛି କଲିଜା ଟା ତୁମେ

ଗଛ କୋରଡରେ ଛାଡ଼ି ଆସିଛ ।।


ମାେ ନିଷ୍ପ୍ରଭ ହେବାଟା 

ଧୀରେ ଧୀରେ

ପ୍ରଶ୍ନ କରୁଛି, ଧିକାରୁଛି ତୁମକୁ ନିଶ୍ଚେ

ସମ୍ପର୍କର ଚଉହଦିରେ 

ମୁଣ୍ଡ ପିଟୁଛନ୍ତି ସ୍ବପ୍ନିଳ ଚିତ୍ର ସବୁ

ଯାହା କିଛି ମିଶି ଦୁହେଁ ଆଙ୍କିଥିଲେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract