ନିର୍ଦ୍ଦୟ ହୃଦୟ
ନିର୍ଦ୍ଦୟ ହୃଦୟ
ମନର ଦରଦେ କିଏ ଲେପଦେବ
ଧରି ହାତରେ ଆଶ୍ୱାସନା ମଲମ,
ଦରଦ ହେଲାଣି ତ ଉଆଁ,ଉସୁନା
ଶୁଖୁନାହିଁ ଆଉ ତା'ର ସେ ଜଖମ।
ଅବିବେକୀ ହେଲ ତୁମେ ଯେ ଏମିତି
ପଢିଲ ନାହିଁ ଥରେ ବି ଏ ହୃଦୟ,
କ୍ଷମାର ମହତ୍ତ୍ବ ବୁଝନାହିଁ ତୁମେ
ହେଲ କେମିତି ଏତେ ବଡ ନିର୍ଦ୍ଦୟ ।
ନିଜ ଭୁଲ୍ କୁ କର ନାହିଁ ତର୍ଜମା
ଖାଅ ତୁମେ ସତେ ଅଜଣା ଚାଉଳ,
ପଥର ହୃଦୟ ସତେକି ତୁମର
ସମୟ ଚକ୍ରରେ ହେଇଯା ବାଚାଳ ।
ସୃଷ୍ଟି ଅଛି ମାନେ ଧ୍ୱଂସବି ତ ଅଛି
କରିବେନି କେହି ତାକୁ ତ ହରଣ,
ଯାଏ ସିନା ବିତି ରାତି ଆଉ ଦିନ
ପାରିଲିନି ତୁମକୁ କରି ବରଣ ।
ନିରୀହ ମନେ ଦେଲ କଳଙ୍କ ଟିପା
ଧରିଛ ତୁମେ ମନରେ ଅହଂକାର,
ପାଷାଣ ହେଲ ଅଂହଭାବ ରଖିଲ
ଥରୁଟେ ପକାଇଲ ନାହିଁ ନଜର ।
ଦିଅ ତୁମେ ସାଥି ଏମତି ଉତ୍ତର
ମନ ସତେ ତୁମ କାଗଜ ପେପର,
ହେଲେ ରଖିଛ ତୁମେ ଏମତି କଳା
ଆଲୋକରେ ଭରିଦିଅ ଅନ୍ଧକାର ।