STORYMIRROR

mamata barik

Children

3  

mamata barik

Children

ଦିବ୍ୟ ପୁରୁଷ ବିବେକାନନ୍ଦ

ଦିବ୍ୟ ପୁରୁଷ ବିବେକାନନ୍ଦ

1 min
262


ଦିବ୍ୟପୁରୁଷ ଦିବ୍ୟସୁନ୍ଦର ନର

ଧରାପୃଷ୍ଠେ ପାଦ ଦେଲ

ତମ ସଂସ୍ପର୍ଶେ ତରିଗଲା ପୃଥିବୀ

ପବନ ଗାଇଲା ଗୀତ।।

ମାତା ଡାକନ୍ତି ନରେନ୍ ନରେନ୍

ଜଗତ ବିବେକାନନ୍ଦ

ପିଲାଦିନୁ ଐଶ୍ୱରିକ ଦୂର୍ବଳତା

ସଭିଙ୍କୁ କରେ ଚକିତ।।

ଭାରତ ବିଶ୍ୱ କଲ ପ୍ରତ୍ୟାଗମନ

ନିଜର ଲକ୍ଷ୍ୟର ସ୍ଥଳେ

ଗୁରୁଙ୍କ ଆଦେଶର ରଖିଲ ମାନ

ପୃଥିବୀକୁ କରିଲ ଧନ୍ୟ।।

ଶୂନରୁ ଆରମ୍ଭ କହିଲ ଜଗତ

ସଭିଏଁ ହୋଇଲେ ମୁଗ୍ଧ

ଜାଗରଣ ସୃଷ୍ଟିକଲେ ଯୁବ ମନେ

ଶୁଣିଲେ ସଭିଏଁ ଧ୍ୟାନେ।।

ଉଣେଇଶହ ଦୁଇ ମସିହା ଦିନ

ଜଗତୁ ନେଲ ବିଦାୟ

ତୁମକୁ ସୁମରି ଜଗତ ପାଳନ୍ତି

ରାଷ୍ଟ୍ରୀୟ ଯୁବ ଦିବସ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children