ଟୁକୁନୁର ନୂଆ ସାଇକେଲ
ଟୁକୁନୁର ନୂଆ ସାଇକେଲ
ନୂଆ ଜାମା ପ୍ୟାଣ୍ଟ ସାଇକେଲ ଦେଖି
ଟୁକୁନୁର ମନ ଖୁସି
ଗୋଡ଼ ତାର ଆଉ ଲାଗୁ ନାହିଁ ତଳେ
ଦଉଚି ମୁରୁକି ହସି ।
ସାଇ ପଡିଶାରୁ ଡାକି ଆଣୁଅଛି
ଯେତେ ତାର ସାଙ୍ଗସାଥି
ଦେଖାଉଛି ତାର ନିଧି ଓ ସମ୍ପତ୍ତି
ବଖାଣୁଛି କରାମତି ।
ଲାଗୁ ନାହିଁ ତାକୁ ଆଉ ଭୋକଶୋଷ
ଆଜି ତାର ଜନ୍ମଦିନ
ସାଙ୍ଗ ମେଳେ ସିଏ କରିବ ମଉଜ
ଆନନ୍ଦ ହୋଇବ ମନ ।
ପିଠା ପଣା କ୍ଷୀରି ଲଡୁ ରସଗୋଲା
ଖାଇବେ ସମସ୍ତେ ମିଶି
ସାଇକେଲ ଚଢି ହସିବେ ଖେଳିବେ
ସଞ୍ଜ ଗଡି ହେବ ରାତି ।
ନୂଆ ନୂଆ ଚିଜ ଖେଳନା କଣ୍ଢେଇ
ପେନସିଲ ବହି କଲମ
ପାଇଲେ କିଛି ବି ନୂଆ ଉପହାର
ନାଚି ଉଠେ ଶିଶୁ ମନ ।
ବଢେ ତା ଆଗ୍ରହ ଆନନ୍ଦ ଉତ୍ସାହ
ବିକଶେ ତା ବୁଦ୍ଧି ଜ୍ଞାନ
ଟୁକୁନୁର ସ୍ୱପ୍ନ ପଢିବ ସେ ପାଠ
ଲଗାଇ ଅଧିକ ମନ ।
