STORYMIRROR

Suresh chandra Padhy

Children

3  

Suresh chandra Padhy

Children

ପିଲା ଦିନ ସ୍ମୃତି

ପିଲା ଦିନ ସ୍ମୃତି

1 min
159


ମନେ ପଡେ ପିଲା ଦିନ କଥା

ଯାହା ଭାବିଲେ ମନ କୁ ଆସେ ବ୍ୟଥା

ନୂଆ ପୋଷାକ କିଣି ବାକୁ ଜିଦି କରୁ ଥିଲି

ନୂଆ ପୋଷାକ ପାଇଗଲେ ଖୁସିରେ ଝୁମୁ ଥିଲି

ମୋ ପାଇଁ ବାପା କେତେ କଷ୍ଟ କରୁଥିଲେ

ନିଜେ ନ ପିନ୍ଧି ମୋ ପାଇଁ ସବୁ କିଣୁ ଥିଲେ

ନୂଆ ପୋଷାକ ପିନ୍ଧି ସାଙ୍ଗ ସାଥି ମେଳେ ବୁଲୁ ଥିଲି

କୁମାର ପୁର୍ଣ୍ଣିମା ଦୀପାବଳି ହେଲେ ମଜା ନେଉ ଥିଲି

ସାଇକେଲ ନୂଆ କିଣି ବାକୁ ଯେବେ ଇଚ୍ଛା କଲି

ବାପାଙ୍କ ଆଗେ ଦିନେ ମୁହିଁ କହି ଥିଲି

ମୋ ବାପା ଧାର କରଜ କରି ସାଇକେଲ ଆଣି ଦେଲେ

ମୋ ଖୁସି ଦେଖି ସବୁ କଷ୍ଟ ସେ ଭୁଲି ଯାଇ ଥିଲେ

ନୂଆ ସାଇକେଲ ଧରି ପଢି ବାକୁ ଯାଇ ଥିଲି

ସାଙ୍ଗ ସାଥି ମେଳେ ନୂଆ ବାହନ ସଭିଙ୍କୁ ଦେଖାଇଲି

ମୋ ବାପା କେତେ କଷ୍ଟ ମୋ ପାଇଁ ସହିଲେ

ମୋ ମନ ଜାଣି ସବୁ ନୂଆ ଆଣି ଦେଉ ଥିଲେ

ସେ କଥା ମନେ ପଡି ଗଲେ କଷ୍ଟ ବି ହେଉ ଅଛି

ମୋ ବାପାଙ୍କ ପାଇଁ ଏ ଜୀବନେ ଆଗକୁ ଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children