Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprava Mishra

Inspirational Others Children

3  

Bidyutprava Mishra

Inspirational Others Children

ସୂର୍ଯ୍ୟ ପରାଗ

ସୂର୍ଯ୍ୟ ପରାଗ

1 min
194



ସୂର୍ଯ୍ୟ ଚାରି ପାଖେ  ପୃଥିବୀ ଘୁରଇ

ଚନ୍ଦ୍ର ଘୁରେ ପୃଥିବୀକୁ,.

 ସୂର୍ଯ୍ୟ କରିଥାନ୍ତି ଆଲୋକ ପ୍ରଦାନ

ଗ୍ରହ ଓ ଉପଗ୍ରହଙ୍କୁ l


ସୂର୍ଯ୍ୟ ଚାରିପଟେ ଘୁରିବା ସହିତ

ନିଜେ ନଟୁପରି ଘୁରେ,

ଦିନରାତି ପୃଥିବୀ ରେ ସେଥିପାଇଁ

ଘୁରିବାର ଅନୁସାରେ l


ଅମାବାସ୍ୟା ଦିନ ସୂର୍ଯ୍ୟ ପୃଥିବୀର

 ଚନ୍ଦ୍ର ରୁହଇ,ମଝିରେ,

ଏକ ସମତଳେ ରହିଥାନ୍ତି ଯେଣୁ

ଚନ୍ଦ୍ର ଛାୟା ପୃଥିବୀରେ l


ଆଂଶିକ ଆଉ ପୂର୍ଣ୍ଣ ସୂର୍ଯ୍ୟ ପରାଗ 

ଅବସ୍ଥାନ ହେତୁ ହୁଏ,

ଅଳପ ସମୟ ହୋଇଥାଏ ଏହା

ଛାଇ ପଡ଼ିଥିବା ଯାଏଁ l


ପୁରାଣ କୁହଇସୂର୍ଯ୍ୟ ଚନ୍ଦ୍ର ଙ୍କର 

ଶତ୍ରୁ ଦୁହେଁ ରାହୁ କେତୁ,

ସେପାଇଁ ଗିଳିଥାନ୍ତି ସୂର୍ଯ୍ୟ ଙ୍କୁ ସେ

ପରାଗ ତାହାର ହେତୁ l


ଅମୃତ ଖାଇବା ଆଶାରେ ଦାନଵ

ଲୁଚି ଥିଲା ଦେବ ମେଳେ,

ଖାଇବା ଆରମ୍ଭକରିବା ସମୟେ

ସୂର୍ଯ୍ୟ ଚନ୍ଦ୍ର କହିଦେଲେ ।


ମୋହିନୀ ରୂପକୁ ତ୍ୟାଗି ବିଷ୍ଣୁ ସ୍ୱୟଂ

କାଟିଲେ ଚକ୍ରରେ ଶିର,

ଶିର ରାହୁ ସେତ ଦେହହେଲା କେତୁ

ତେଣୁ ରାଗ ଭୟଙ୍କର l


ଗରିଷ୍ଠ ଖାଦ୍ୟ ଗ୍ରହଣ ନିଷେଧ

ହୋଇଥାଏ ପରାଗରେ,

ସୂର୍ଯ୍ୟଙ୍କ କିରଣ ପଡ଼େନାହିଁ ଯେଣୁ

ଦେହକୁ ଖରାପ କରେ l


ଦେବ ନୀତି ଆଉ ପାକନୀତି ଆଦି

ନିଷେଧ ଯେ ହୋଇଥାଏ,

ପୁରାଣ କାଳରୁ ପ୍ରଥା ରହିଅଛି

ମାନିବା ଉଚିତ ହୁଏ l


କାର୍ତ୍ତିକ ର ଅମାବାସ୍ୟା ତିଥିରେ

ହେଉଛି ପରାଗ ଯେଣୁ,

ମାନିଯିବା ଆମେ ଯେଉଁ ମତ ହେଉ

ଆମ ପାଇଁ ହିତ ମାନୁ l


Rate this content
Log in

Similar oriya poem from Inspirational