ପରୀ
ପରୀ
1 min
179
ଫେରିବା ପଥକୁ ମୋର
ରହି ଅଛି ଚାହିଁ
ଝରକାଫାଙ୍କରୁ ହାତ ପ୍ରସାରୀ
କାନ୍ଦୁଚି କଇଁ କଇଁ l
ଅଣଦେଖା କଲେ ଅଭିମାନେ
ଦିଏ ମୁହଁ ଫୁଲେଇ
ସରଗ ପରୀ ମୋର
କଥା କୁହା କଣ୍ଢେଇ l
କୋଳକୁ ନେଲେ ଟାଣି
ହସେ ଖିଲି ଖିଲି
ହସ, ସେ ମହୋଷଧି
କ୍ଲାନ୍ତି ଯାଏ ଭୁଲି l
କୁସୁମ ସମ ପରସ
ତା ଦୁଇ ହାତର
କୋମଳ ସ୍ପର୍ଶ ଯେସନ
ଲବଣି ଅବା ସର l
ନାଚୁଥାଏ ଥେଇ ଥେଇ
ହାତକୁ ମୋ ଜାବୁଡି
କେଡେ ସେ ଚାତୁରୀ
କାଳେ ଯିବ ପଡି l
ଆନନ୍ଦେ ଉଛୁଳେ ଘର
ହସୁ ଥିଲେ ପରୀ
ଛୋଟିଆ ପାଦେ ତା
ଚାଲୁଥାଏ ଥିରି ଥିରି l
