ଆସରେ ପିଲେ ଆସ
ଆସରେ ପିଲେ ଆସ
ଆସରେ ପିଲେ ଆସ ,
ଆଲୋକ ପର୍ବ ଦୀପାବଳୀରେ
ଦୀପ ଜାଳିବା ଆସ ,
ବାଣ ଫୁଟିଲେ ଧୂଆଁରେ ନଷ୍ଟ
ହୋଇବ ପରିବେଶ
ଶବଦ ତା'ର ଅତି ପ୍ରଖର
ଶୁଣି କେ ପାଏ କଷ୍ଟ
ଆସରେ ପିଲେ ଆସ ।
ଗଛର ସଂଖ୍ଯା ଦିନକୁ ଦିନ
ଯାଉଛି କମି କମି ,
ଅଙ୍ଗାରକାମ୍ଳ ବଢ଼ୁଛି ଯେଣୁ
କରାଏ ସ୍ବାସ୍ଥ୍ଯ ହାନୀ
ବାଣର ଧୂଆଁ ଅଟେ ବିଷାକ୍ତ
ଅଙ୍ଗାରକାମ୍ଳ ପାଇଁ ,
ଏହି କଥାକୁ ମନରେ ହେଜି
ବାଣ ଫୁଟାଅ ନାହିଁ
ଜାଳି ପ୍ରଦୀପ ଦେଇ ଆଲୋକ
କର ଅନ୍ଧାର ନାଶ
ଆସରେ ପିଲେ ଆସ ।
ତ୍ରେତୟା ଯୁଗେ ଶ୍ରୀରାମଚନ୍ଦ୍ର
ଯୁଦ୍ଧେ ରାବଣ ମାରି ,
ଆଜିର ଦିନେ ଅଯୋଧ୍ଯାକୁ ଯେ
ଆସିଥିଲେ ସେ ଫେରି
ତାଙ୍କର ସ୍ମୃତି ମନରେ ରଖି
ଜଳାଇ ଆମେ ଦୀପ ,
ଆମ ମନର ଅମା ଅଜ୍ଞତା
କରିବା ଆମେ ନାଶ
ଆସରେ ପିଲେ ଆସ ।
ଆଶ୍ବିନ କୃଷ୍ଣ ପ୍ରତିପଦରୁ
ପିତୃ ପୁରୁଷ ପାଇଁ ,
ଦିଅଇ ହିନ୍ଦୁ ଶ୍ରାଦ୍ଧ ଓ ଭୋଜ୍ଯ
ଆତ୍ମାର ତୃପ୍ତି ପାଇଁ
ଆଜିର ଦିନେ ସେ ପିତୃଗଣ
ଛାଡ଼ି ମର୍ତ୍ଯ ଧାମକୁ ,
ଯାଆନ୍ତି ଚାଲି ବର୍ଷକ ପାଇଁ
ତାଙ୍କ ପିତୃଲୋକକୁ
ସେ ପାଇଁ ଡାକୁ ବଡ଼ ବଡ଼ୁଆ
କାଉଁରିଆକୁ ଜାଳି ,
କହୁ ଅନ୍ଧାରେ ଆସିଣ ଏବେ
ଆଲୋକେ ଯାଅ ଚାଲି
ଦୀପଦାନରେ ଯାଆନ୍ତି ଯେବେ
ବହି ମନରେ ସନ୍ତୋଷ
ଆସରେ ପିଲେ ଆସ
ଆସରେ ପିଲେ ଆସ।
