ଭକ୍ତ ବଳରାମ ଦାସ
ଭକ୍ତ ବଳରାମ ଦାସ
ଥିଲା ସଂସ୍କୃତ ସାହିତ୍ୟର ପ୍ରାଧାନ୍ୟ
ପଞ୍ଚଦଶ ଶତାବ୍ଦୀରେ
ସଂସ୍କୃତ ସାହିତ୍ୟ ଚର୍ଚ୍ଚା ଥିଲା ପଣ୍ଡିତ
ମାନଙ୍କ କରାୟତ୍ତରେ |୧|
ଉତ୍କଳରେ କିଛି ସନ୍ଥଙ୍କର ହେଲା
ଉନ୍ମେଷ ସେହି ସମୟରେ
ରଚିଲେ ଜୀବନଧର୍ମୀ ମହାକାବ୍ୟ
ଗୁଡିକ ଓଡ଼ିଆ ଭାଷାରେ |୨|
ଶୁଦ୍ରମୁନି ସାରଳା ଦାସ ରଚୟିତା
ହେଲେ ମହାଭାରତର
ବଳରାମ ଦାସ ରାମାୟଣର ଓ
ଜଗନ୍ନାଥ ଦାସ ଭାଗବତର |୩|
ନିଜର ସାହିତ୍ୟ କୃତି ପ୍ରଦାନ କରି
ତାଙ୍କର କାବ୍ୟିକ ରସରେ
ଜନମାନସକୁ ସେମାନେ ରସେଇ
ଥିଲେ ଉତ୍କଳୀୟ ପରିବେଶରେ |୪|
ବୟୋଜ୍ୟେଷ୍ଠ କବି ଥିଲେ ବଳରାମ
ଦାସ ଏହି ପଞ୍ଚସଖା ଯୁଗରେ
ଜନସାଧାରଣଙ୍କ ବୋଧଗମ୍ୟ ରାମାୟଣ
ସରଳ ସାବଲୀଳ ଭାଷାରେ |୫|
ନୁହେଁ ବାଲ୍ମୀକି କିମ୍ବା ତୁଳସୀ ଦାସଙ୍କ
ରାମାୟଣ ଅନୁକୃତି ଲେଖନୀ
ସମନ୍ୱିତ କରିଛନ୍ତି ନିଜସ୍ଵ ରୀତିରେ ଉତ୍କଳ
ର ଆରଣ୍ୟକ ପ୍ରକୃତିର ବାଣୀ |୬|
ନିଜ ମାଟି ଓ ମାଆର ଅପୂର୍ବ ଶୋଭା ଓ
ଗ୍ରାମ୍ୟ ପ୍ରକୃତିକୁ ସେ ନେଇ
ରଚିଲେ ଦାଣ୍ଡୀ ରାମାୟଣ ଓଡ଼ିଆ ଜୀବନ
ପ୍ରଣାଳୀ, ଆଚାରକୁ ଥୋଇ |୭|
ରଖିଛନ୍ତି ସେଥିରେ ଲୀଳାବତୀ ହରଣ ଓ
ଗୁଣ୍ଡୁଚି ମୂଷା ଉପାଖ୍ୟାନ,
ପାଇବା ଅନ୍ୟାନ୍ୟ ପରିକଳ୍ପନା ଇତ୍ୟାଦି
ଯଥା ସନ୍ଥ ପଣ୍ଡା ଉପାଖ୍ୟାନ |୮|
ଅନ୍ୟ କେତେ ରଚନା ପାଉଛେ ଯଥା
ମୃଗୁଣୀ ସ୍ତୁତି, ଗୁପ୍ତଗୀତା,
ଲକ୍ଷ୍ମୀ ପୁରାଣ, ଭାବ ସମୁଦ୍ର, ବଟ
ଅବକାଶ, ଭାଗବତ ଗୀତା |୯|
ପାଉଛେ କାନ୍ତ କୋଇଲି, ବ୍ରହ୍ମାଣ୍ଡ
ଭୂଗୋଳ, ବେଢ଼ା ପରିକ୍ରମାକୁ
ତାଂକ କୃତ୍ତି ନାମରତ୍ନ ଗୀତା, ଅମର
କୋଷ ଗୀତା ପ୍ରଭୃତିକୁ |୧୦|
ସେହି ମହାନ୍ ଆତ୍ମାକୁ ଜଗନ୍ନାଥଙ୍କ
ରଥରେ ଚଢିବା ସମୟରେ
ବାହାର କରି ଦେଇଥିଲେ ତାଙ୍କୁ ପଣ୍ଡା
ମାନେ ଧକ୍କା ଧୀକ୍କାରରେ |୧୧|
ବଳରାମ ଦାସ ଅସ୍ପୃଶ୍ୟ ଜାତିର ଲୋକଙ୍କୁ
ବେଦାନ୍ତ ତତ୍ତ୍ଵ ବୁଝାଉ ଥିଲେ
ପଣ୍ଡିତ ଓ ବ୍ରାହ୍ମଣମାନଂକ ପ୍ରରୋଚନାରେ
ସେ କାରାଦଣ୍ଡ ଭୋଗିଥିଲେ |୧୨|