Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational Children

4.0  

Gyanendriya Dash

Inspirational Children

ଦୀପାବଳୀ

ଦୀପାବଳୀ

1 min
208



କାର୍ତ୍ତିକ ମାସର ଅମାବାସ୍ୟା ତିଥି

ଦୂର କରି ଅନ୍ଧାରକୁ,

ଆସନ୍ତୁ ପାଳିବା ଦୀପାବଳୀ ପର୍ବ

ଆଲୋକିତ କରିବାକୁ ।


ଠାକୁର ଘରଠୁଁ ଫାଟକ ପର୍ଯ୍ୟନ୍ତ

ମାଟିଦୀପ ଜାଲିଦେବା,

ବାଣ ଫୁଟାଇଣ ଜୀବନକୁ ଆମ

ଆଲୋକିତ କରିଦେବା ।


ଘରେ ଘରେ ମାଆଁ ଲଷ୍ମୀ ମହାକାଳୀ

ପ୍ରସନ୍ନରେ ବିରାଜିତ,

ଆଲୋକର ପର୍ବ ଅମା ଅନ୍ଧକାର

କରିବାକୁ ପରାହତ ।


ଜୀବନ ଜଞ୍ଜାଳ ଶାନ୍ତି ଓ ପ୍ରଗତି

ଦୁନିଆଁଟା ସୁଖମୟ,

ଅନ୍ୟାୟ ଦୁର୍ନୀତି ଅଧର୍ମକୁ ନାଶି

ଧର୍ମର ହେଉ ବିଜୟ ।


ଶିଶୁଠାରୁ ବୃଦ୍ଧ ସଭିଙ୍କ ମଙ୍ଗଳ

ଉଜ୍ଜ୍ୱଳ ଭବିଷ୍ୟ ହେଉ,

ଶୁଭ ଦୀପାବଳୀ ସୌଭାଗ୍ୟକୁ ଆଣୁ

ସାହା ହୁଅ ମହାବାହୁ ।


ଆଲୋକ ମାଳାରେ ଆନନ୍ଦ ମନରେ

ପାଳୁଥିବା ଦୀପାବଳୀ,

ଅନ୍ଧାରକୁ ଦୂର କରିଦେବା ସର୍ବେ

ଆଲୋକର ପର୍ବ ପାଳି ।


       



Rate this content
Log in

Similar oriya poem from Inspirational