ମମତା
ମମତା
ଶବ୍ଦ ପାଏ ନାହିଁ ଖୋଜି
ତୁମ ଭାବନା ରେ ହଜି
ହସ ହସ ମୁହଁ ତଵ
ଭାରି ମନେପଡେ ମା ଆଜି l
ଜନନୀ ତ ଅଦ୍ୟ ଗୁରୁ
ତୁମ ବାଣୀ ସଦା ଉପକାରୀ
ଜୀବନ ବନ୍ଧୁର ପଥରେ ଚଳାଏ
ପ୍ରାଣେ ସାହାସ ଶକତି ଭରି l
ସାଜିଛ ରକ୍ଷା କବଚ ମୋର
ମନେ ଭୟ ଗଲେ ସଂଚରି
ମୁଖେ ଦେଖି ବ୍ୟଥା ଜାଣ
ସର୍ବ ଜ୍ଞାତା ତୁମେ ଆମରି l
କୋଳେ ତୁମ ସରଗ ସୁଖ
ପରସ ତୁମ କୁସୁମ ସମ
ସକଳ ଦୁଃଖ ଯାଏ ପାସୋରି
ସଫଳ ହୁଅଇ ସକଳ କରମ l
ରାତି ରାତି ନିଦ ହଜାଇଛ
ମୋହରି ମଙ୍ଗଳ କାମନାରେ
ତୁମ ଦାନର ନାହିଁତ ଉପମା
ମରତେ କେହି ସୁଝି ନପାରେ l
ସର୍ବ ନିୟନ୍ତାଙ୍କ ଅମୃତ ସୃଷ୍ଟିରେ
ଅମୃତ ଦାୟୀନି ଅଟେ ମା
ଅମୃତ ବରଷି ସ୍ନେହତା ପରସେ
ବିନୁତାର ଆଉ କେ ସାହା l
