STORYMIRROR

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ସ୍ୱୟଂସେବକ

ସ୍ୱୟଂସେବକ

1 min
109


ରହିଛି ସମାଜେ ରୋଗ ଦୁଃଖ କଷ୍ଟ

ଅଜ୍ଞାନତା ଅନ୍ଧକାର

ସହଯୋଗ ବିନା ଦାରିଦ୍ର୍ୟ କଷଣ

ହୋଇ ପାରିବନି ଦୂର ।


ପ୍ରକୃତି କୋପରୁ ଗ୍ରାସେ ଅଚାନକ

ବନ୍ୟା ବାତ୍ୟା ବିଭୀଷିକା

ଘଟେ ଦୁର୍ଘଟଣା ବ୍ୟାଧି ମହାମାରୀ

ଲୋଡା ପଡେ ସହାୟତା ।


ଏକାକୀ ମଣିଷ ଶକତି ସୀମିତ

ମଣିଥାଏ ଅସହାୟ

ସମ୍ବଳ ଅଭାବୁ ବ୍ୟାପକ ବ୍ୟବସ୍ଥା

ପଥେ ଥାଏ ଅନ୍ତରାୟ ।


ଗ୍ରାମ ପୁର ପଲ୍ଲୀ ସହରାଞ୍ଚଳରେ

ସମସ୍ୟା ହୁଏ ଉତ୍କଟ

ଯଥା ସମୟରେ ସମାଧାନ ବିନା

ଉପୁଜୁ ଅଛି ସଙ୍କଟ ।


ସମୃଦ୍ଧି ପ୍ରଗତି ସୁଖ ଶାନ୍ତି ସ୍ଥିତି

ଅଯଥା ହୁଏ ବ୍ୟାହତ

ସେବାକ୍ଷେତ୍ର ହେଉ ଲୋକ ଅଭିମୁଖୀ

ସଙ୍ଗଠିତ ସୁସ°ହତ ।


ଜାତି ବର୍ଣ୍ଣ ଲିଙ୍ଗ ଧର୍ମ ନିର୍ବିଶେଷେ

ଉତ୍ତମ ସମାଜ ଲକ୍ଷ୍ୟ

ସ୍ୱୟଂ ସେବା ଦ୍ୱାରା ସୁଲଭ ପ୍ରାପତି

ହେଉ ସମନ୍ୱୟ ଧ୍ୟେୟ ।


ନ ମଣନ୍ତୁ କେହି ନିଜକୁ ବେକାର

ଦୀନହୀନ ନୀଚ୍ଚ ମୁର୍ଖ

ରଖି ସଦ୍ଭାବନା ସର୍ବେ ଭାରତୀୟ

ହୁଅନ୍ତୁ ସ୍ୱୟଂସେବକ ।



Rate this content
Log in

Similar oriya poem from Inspirational