ଆମଘର ଦୀପାବଳି
ଆମଘର ଦୀପାବଳି
ଠୋ, ଠା, ଠୋ, ଫୁଟୁଛି ବାଣ
ଗାଁ ରୁ ସହର ଏକ ହୋଇ
ରାଜା ଓ ରାଣୀ ଜେଜେ ଙ୍କ ସାଥୀରେ
ବାଣ ଦେଉଛନ୍ତି ଫୁଟାଇ
ଜେଜେଙ୍କ ହାତରେ ଦିଆସିଲି ବାଣ
ସାପବାଣ, ଫୁଲଝରି ବାଣ ଅଛି
ଅତି ଯତନରେ ବ୍ୟାଗରେ ବାଣ
ରାଣୀ ନାନୀ ପାଇଁ ରଖିଛି
ଦୁଆର ପିନଢ଼ାରେ ଜଳୁଛି ଦୀପ
ରକେଟବାଣ, ଆଖି ପିଛୁଳାକେ
ଆକାଶକୁ ଯାଏ ସାଇଁସାଇଁ
ଦୀପାବଳି ଲାଗି ଘରେ ଚାଲିଥାଏ
ଲକ୍ଷ୍ମୀ ମା ଙ୍କର ପୂଜା
ଜେଜେ ମା ମୋ ବାପାଙ୍କୁ କହୁଛି
କାଉଁରିଆ ସଜାଡି ଚଞ୍ଚଳ ରଖିବା ପାଇଁ
ବଡବଡୁଆ ଙ୍କ ଡାକିବା ବେଳ
ଯେମିତି ନଯାଉ ଉଛୁର ହୋଇ
ଚଉଁରା ମୂଳରେ କି ସୁନ୍ଦର ଝୋଟି
ପକେଇଛି ମୋ ବୋଉ
ଦୀପ ସାଙ୍ଗକୁ ଲିଚୁ ମାଳରେ
ଦାଦା ଦେଇଛନ୍ତି ଘରକୁ ସଜାଇ
ଲାଗୁଛି ଯେମିତି ସବୁଠୁ ସୁନ୍ଦର
ଘର ଆମପାଇଁ
ରୋଷେଇ ଶାଳରେ ବୋଉ, ଖୁଡି ମୋର
କେତେ ରକମର ଖାଇବାକରନ୍ତି
ଜେଜେମା ପାଟିରେ ଘରଲୋକେ ସବୁ
ଚଉଁରା ମୂଳକୁ ଆସିଲେ ଧାଇଁ
ବଡ଼ରୁ, ସାନ ସଭିଏଁ ଏକାଠି ହାତରେ
କାଉଁରିଆ ଡାଙ୍ଗ ଧରିଛନ୍ତି
ବଡ଼ବଡୁଆ ଙ୍କ ପାଇଁ ପ୍ରାଥନା କରୁଛନ୍ତି
ଅନ୍ଧାରରେ ଆସି ଆଲୁଅରେ ଯାଅ
ସକଳ ସୁ ଦୃଷ୍ଟି ରେ କୁଟୁମ୍ବ କୁ ଚାହିଁଥାଅ
ଓଡ଼ିଆ ଘରର କେତେ ଯେ ପରବ
କାହାକୁ ଅଛପା ହୋଇ ନାହିଁ
ଭଳିକିଭଳି ବାଣ ଚମକରେ ଆଜି
ଚାରିଦିଅ ସୁନ୍ଦରରେ ମନ ନେଉଥାଏ ମୋହି ।
