STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଦେଶପ୍ରେମ ଦୀପାଳୀ ଜାଳିବା

ଦେଶପ୍ରେମ ଦୀପାଳୀ ଜାଳିବା

1 min
152


ଶୁଭ ଦୀପାବଳୀ ଆଜି ସମୁଜ୍ଜ୍ୱଳ ଦଶଦିଶ

ଆମ ଘର ପରିବାରେ ମହାନନ୍ଦ ପ୍ରକାଶେଆଲୋକ

ଉଦ୍ଭାସଇ ଦୀପମାଳା ମନ୍ଦିର ପ୍ରାଙ୍ଗଣେ

ଉଲ୍ଲସିତ ପ୍ରତିପ୍ରାଣ ଓଠଧାରେ ଫୁଟେ ହସ ଝଲକ

ଆମ ଘର ଅଗଣାରେ ରଙ୍ଗଭରା ଚିତାଝୋଟି

ହସିଉଠେ ତାରାଫୁଲ ଇନ୍ଦ୍ରଧନୁ ରଙ୍ଗୋଲୀ

ବୃନ୍ଦାବତୀ ଚଉପାଶେ ପ୍ରବେଶ ପଥରେ

ସୁସଜ୍ଜିତ ପତ୍ରପୁଷ୍ପ ଜଳୁଅଛି ଆଲୋକର ଦୀପାଳୀ

ଆସ ଆମ ହୃଦୟର ନିଭୃତ କନ୍ଦରୁ

ଦୂରକରି ଅନ୍ଧକାର ମନ ଖୋଲି ହସିବା ଗାଇବା

ମନାସିବା ଶୁଭ ଇଚ୍ଛା ସୁଖଶାନ୍ତି ପରସ୍ପର

ବାଣ୍ଟିଦେବା ହସଖୁସି ବନ୍ଧନକୁ ନିବିଡ଼ କରିବା ।

ସମୁନ୍ନତ ବିକଶିତ ହେଉ ମୋ ଭାରତ

ଅଙ୍ଗୀକାର ସୁସଙ୍କଳ୍ପେ ଦେଶପ୍ରେମ ଦୀପାଳୀ ଜାଳିବା

ସୁସ°ସ୍କାର ସୁବିଶ୍ୱ।ସେ ଗଢିବା ସମାଜ

ସ°ହତିର ବାର୍ତ୍ତା ଦେବା ସ୍ୱକର୍ତ୍ତବ୍ୟ ନିଷ୍ଠାରେ ପାଳିବା ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational