ଦେଶପ୍ରେମ ଦୀପାଳୀ ଜାଳିବା
ଦେଶପ୍ରେମ ଦୀପାଳୀ ଜାଳିବା
ଶୁଭ ଦୀପାବଳୀ ଆଜି ସମୁଜ୍ଜ୍ୱଳ ଦଶଦିଶ
ଆମ ଘର ପରିବାରେ ମହାନନ୍ଦ ପ୍ରକାଶେଆଲୋକ
ଉଦ୍ଭାସଇ ଦୀପମାଳା ମନ୍ଦିର ପ୍ରାଙ୍ଗଣେ
ଉଲ୍ଲସିତ ପ୍ରତିପ୍ରାଣ ଓଠଧାରେ ଫୁଟେ ହସ ଝଲକ
ଆମ ଘର ଅଗଣାରେ ରଙ୍ଗଭରା ଚିତାଝୋଟି
ହସିଉଠେ ତାରାଫୁଲ ଇନ୍ଦ୍ରଧନୁ ରଙ୍ଗୋଲୀ
ବୃନ୍ଦାବତୀ ଚଉପାଶେ ପ୍ରବେଶ ପଥରେ
ସୁସଜ୍ଜିତ ପତ୍ରପୁଷ୍ପ ଜଳୁଅଛି ଆଲୋକର ଦୀପାଳୀ
ଆସ ଆମ ହୃଦୟର ନିଭୃତ କନ୍ଦରୁ
ଦୂରକରି ଅନ୍ଧକାର ମନ ଖୋଲି ହସିବା ଗାଇବା
ମନାସିବା ଶୁଭ ଇଚ୍ଛା ସୁଖଶାନ୍ତି ପରସ୍ପର
ବାଣ୍ଟିଦେବା ହସଖୁସି ବନ୍ଧନକୁ ନିବିଡ଼ କରିବା ।
ସମୁନ୍ନତ ବିକଶିତ ହେଉ ମୋ ଭାରତ
ଅଙ୍ଗୀକାର ସୁସଙ୍କଳ୍ପେ ଦେଶପ୍ରେମ ଦୀପାଳୀ ଜାଳିବା
ସୁସ°ସ୍କାର ସୁବିଶ୍ୱ।ସେ ଗଢିବା ସମାଜ
ସ°ହତିର ବାର୍ତ୍ତା ଦେବା ସ୍ୱକର୍ତ୍ତବ୍ୟ ନିଷ୍ଠାରେ ପାଳିବା ।
