Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଦେଖାଅ ଆଲୋକ ପଥ

ଦେଖାଅ ଆଲୋକ ପଥ

1 min
179



ହୁଅ ଦୀପ୍ତିମାନ ଆହେ ଦୀପଜ୍ୟୋତି

ଦେଖାଅ ଆଲୋକ ପଥ

ଦେବଜ୍ୟୋତି ଆହେ ପ୍ରୀତିର ଦୀପାଳୀ

ହୁଅ ଜ୍ଞାନ ଜାଗରିତ ।


ବିବେକ ସୂରୁଜ ହୃଦ ସହସ୍ରାର

ସତ୍ୟ ଶାନ୍ତି ଶତଦଳ

ଉଦ୍ଭାସ କିରଣ ପ୍ରସ୍ଫୁଟୁ ସୁମନ

ପ୍ରବହୁ ମଳୟାନୀଳ ।


ସଞ୍ଚରୁ ଜୀବନେ ଶାନ୍ତି ମୈତ୍ରୀ ପ୍ରୀତି

ମାନବୀୟ ସଦ୍ଭାବନା

ଭରିଉଠୁ ପ୍ରାଣେ ଉଲ୍ଲାସ ଆନନ୍ଦ

ଜୀବନ୍ମୟ ସଚେତନା ।


ମୁକ୍ତି ସ୍ୱଚ୍ଛନ୍ଦତା ବିକାଶର ଲକ୍ଷ୍ୟ

ସରଳ ହେଉ ସୁଲଭ

ଝରୁ ପ୍ରତି ଓଠୁ ମଧୁର ସୁହାସ୍ୟ

ଦୀପଜ୍ୟୋତି ହୁଅ ଶୁଭ ।


ତୁମେ ଜ୍ୟୋତିରୂପ ପରମ ପ୍ରକାଶ

ଜଗନ୍ନାଥ ପର°ବ୍ରହ୍ମ

ତୁମରି ପ୍ରସାଦୁ ମିଳୁ ସଦଗତି

ମନସ୍କାମ ହେଉ ପୂର୍ଣ୍ଣ ।


Rate this content
Log in

Similar oriya poem from Inspirational