STORYMIRROR

mamata barik

Others

2  

mamata barik

Others

ପାଠପଢା ଓ ବିନିଦ୍ର ରାତି

ପାଠପଢା ଓ ବିନିଦ୍ର ରାତି

1 min
116


ପାଠ ପଢା ସମୟ ମୋ ଯାଏ ବିତି

କେତେ ବାର ଦିନ ରାତି

ଶୀତ ବର୍ଷା ଖରା ମାସ ଦିନ ରାତି

ଯାଉଛି ସମୟ ବିତି।।

ପାଠ ମୋର ପାଲଟିଛି ଜୀବନ

ବହିକୁ ପାଇଛି ଭଲ

ତା ଅନ୍ତରରୁ ପାଉଛି ଜ୍ଞାନ

ସେ ମୋର ପ୍ରକୃତ ପ୍ରେମ।।

ବିଷୟମାନଙ୍କୁ କରି ଅଧ୍ୟୟନ

ପାଇଛି ତାଙ୍କର ଜ୍ଞାନ

ସେ ମୋର ଧାରାର ବନ୍ଧନ

ସେ ମୋର ଜୀବନ।।

କେମିତି ହେବି ପରୀକ୍ଷାରେ ଉତ୍ତୀର୍ଣ୍ଣ

କରୁଛି ମୁଁ ନିତି ଧ୍ୟାନ

ମିଳିବ ନା ମୋର ଅଧ୍ୟୟନ ଫଳ

କରୁଛି ନିତି ପ୍ରାର୍ଥନା।।

ଗୁରୁଜନଙ୍କ ଆଶୀର୍ବାଦ ମୋ ସହ

ହେବି ନିଶ୍ଚିତ ଉତ୍ତୀର୍ଣ୍ଣ

ଜୀବନ ପରୀକ୍ଷାର ଦେଉଛି ଉତ୍ତର

ମିଳିବ ତାର ପ୍ରତିଉତ୍ତର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍