ଜାଗି ଉଠ କବି
ଜାଗି ଉଠ କବି
ଜାଗି ଉଠ କବି ସୁଷୁପ୍ତି କୁ ତେଜି
ଲେଖନୀ ହାତରେ ଧର,
ମଣିଷ ଜାତି କୁ ଚେତାଇ ଦିଅ ହେ
କର୍ତ୍ତବ୍ୟ ଓ ଅଧିକାର l
ଆମ ସଂସ୍କୃତି କୁ ଉଜ୍ଜୀବିତ କର
ତୁମରି ଲେଖନୀ ଧାରେ,
ଆଗାମୀ ପୀଢ଼ି ଉଦବୁଦ୍ଧ ହୁଅନ୍ତୁ
ପଢିତାକୁ ଲେଖାପରେ l
କବିଙ୍କ ଲେଖନୀ ଅତୀତରେ କେତେ
ରଚିଅଛି ଇତିହାସ,
କ୍ରାନ୍ତିଭରା ଲେଖା ଲେଖିଛନ୍ତି କେତେ
ଲୋକଙ୍କୁ ଦେଇ ସାହସ l
ସମାଜର କେତେ କୁସଂସ୍କାର ପାଇଁ
ସାହସେ ଲେଖନୀ ଧର,
କନ୍ୟା ଭୃଣ ହତ୍ୟା, ନାରୀ ନିର୍ଯାତନା
ବିରୁଦ୍ଧେ ଉଠାଅ ସ୍ୱର l
ଓଡ଼ିଆ ସାହିତ୍ୟର ମର୍ଯ୍ୟାଦା ପାଇଁ
ଲଢ଼ିଥିଲେ ଲେଖା ବଳେ,
କରବାଳ ଠାରୁ କଲମ ଅଧିକ
ଶକ୍ତି ଶାଳୀ ମହୀ ତଳେ l
ମଧୁ ଗଙ୍ଗାଧର ଫକୀର ମୋହନ
ଭାଷାର ସମ୍ମାନ ପାଇଁ,
ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର କରିଲେ
କେତେ କେତେ କଷ୍ଟ ସହି l
ଲେଖିଯାଇଛନ୍ତି କାଳ ଜୟୀ କେତେ
ଗଳ୍ପ ପ୍ରବନ୍ଧ କବିତା,
ତାଙ୍କରି ଆଦର୍ଶ ବିକିରିତ ହେଉ
ଯେସନେ ଆକାଶୁ ସବିତା ll
