ଶିଶୁ ଦିବସ
ଶିଶୁ ଦିବସ
ନଭେମ୍ବର ମାସ ଚଉଦ ତାରିଖ
ଅଟଇ ବିଶେଷ ଦିନ
ଦେଶରେ ସର୍ବତ୍ର ଶିଶୁ ଦିବସଟି
ସଶ୍ରଦ୍ଧ ହୂଏ ପାଳନ ।
ଶିଶୁ ଭବିଷ୍ୟତ ସ°ସାର ବୃକ୍ଷର
ନ ହେଉ ଅବହେଳିତ
ଉଜାଗର କରେ ଦିବସ ପାଳନ
ମହତ୍ତ୍ଵ ଗୁରୁତ୍ୱ ସତ୍ୟ ।
ଶିଶୁଟି ଅଟଇ ଅବୋଧ ନିଷ୍ପାପ
ଜାଣେ ନାହିଁ ନିଜ ପର
ତା ଓଠୁ ଝରଇ ହସ ସୁନାଫୁଲ
ଶିଶୁ ଅମୃତ ସ୍ୱ।କ୍ଷର ।
ହସିଲେ ଶିଶୁଟି ହସେ ପରିବାର
ହସେ ସମାଜ ଏ ଜାତି
ନିରାମୟ ସୁସ୍ଥ ରହିଲେ ଶିଶୁଟି
ଦେଶ କରେ ଅଗ୍ରଗତି ।
ଅଭାବ କଷଣେ ଆମ ଦେଶ ଶିଶୁ
ନ ହୁଅନ୍ତୁ ପ୍ରପୀଡିତ
ହୁଅଇ ଯୋଜନା ଅବଶ୍ୟ ଅନେକ
ହେଉଅଛି କାର୍ଯ୍ୟାନ୍ୱ1ତ ।
ପୁଷ୍ଟିକର ଖାଦ୍ୟ ଶିକ୍ଷାର ବିକାଶେ
ଦିଆଯାଏ ପ୍ରୋତ୍ସାହନ
ରହିଛି ବ୍ୟବସ୍ଥା ଖେଳକୁଦ ଆଦି
ଖେଳନା ମନୋରଞ୍ଜନ ।
ଫଳପ୍ରଦ ହେଉ ତ୍ୱରାନ୍ୱିତ ହେଉ
ଯୋଜନା କାର୍ଯ୍ୟାନ୍ୱୟନ
ଉନ୍ନତ ଭାରତ ସୁଷମ ବିକାଶ
ଆଜି ବି ବଡ଼ ଆହ୍ୱାନ ।
