ଶପଥ
ଶପଥ
ସ୍ୱଧର୍ମ ସୁପଥେ ଚାଲିବି ସତତ
ଅନୁସରି ଧ୍ରୁବସତ୍ୟ
ଆସୁ ଝଡ଼ଝଞ୍ଜା ବାଧା ପ୍ରତିବନ୍ଧ
ରହିବି ଅବିଚଳିତ ।
ସୁଖ ଆଉ ଦୁଃଖ ଲୁଚକାଳି ଖେଳ
ମୁଦ୍ରାର ଦୁଇଟି ପାର୍ଶ୍ଵ
ନ ହୋଇ କାତର ହେବି ସମ୍ମୁଖୀନ
ରଖି ଧୀରସ୍ଥିର ଚିତ୍ତ ।
ଦୁଃଖ କଷଟୀରେ ହୁଏ ପରୀକ୍ଷିତ
ମାନବତା ସଦଗୁଣ
ପରିଶ୍ରମ ବଳେ ସହିଷ୍ଣ ସ୍ୱଭାବେ
କଷ୍ଟ କଲେ ମିଳେ କୃଷ୍ଣ ।
ଅରଜିବି ଜ୍ଞାନ ସାଧୁ ସୁସଙ୍ଗତେ
ସ°ସ୍କାର ବୁଦ୍ଧି ବିବେକ
ନ ହୁଡିବି ପଥ ନେଉଛି ଶପଥ
ଆସୁ ଯେତେ କଷ୍ଟ ଦୁଃଖ ।
ଆଲୋକର ପର୍ବେ ଜାଳି ଦୀପଜ୍ୟୋତି
ସ୍ମରଣ କରେ ପ୍ରଣାମ
ଲଭ ସଦଗତି ପୂଜ୍ୟ ମୋ ପୂର୍ବଜ
ଦିଅ ସଦବୁଦ୍ଧି ଜ୍ଞାନ ।
-----