Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ହଜିଲା ସ୍ମୃତି

ହଜିଲା ସ୍ମୃତି

1 min
132



ଗାଆଁ ମଫସଲେ ଥିଲା ଆମ ଘର

କଲେଜଠୁ କିଛି ଦୂର

ଚଢି ସାଇକେଲ ପାରି ହେଉଥିଲୁ

ବନ୍ଧ ହିଡ଼ ନଈ ନାଳ ।


ବରଷା ଦିନରେ ନଈ ଖରସ୍ରୋତା

ଖାଏ ଏକୂଳ ସେକୂଳ

ପାଏ ନାହିଁ କାତ ଚଳେ ଆହୁଲାରେ

ଲାଗେ ବଡ଼ ଭୟଙ୍କର ।


ବସି ଖୁଣ୍ଟପରି ପଟୁଆ ଭିତରେ

ହେବ ନାହିଁ ହଲଚଲ

ମଝିରେ ମଝିରେ ଶୁଭୁଥିବ ଖାଲି

ହୁଳହୁଳି ହରିବୋଲ ।


ଖଣ୍ଡେବାଟ ଯିବ ବାଲିରେ ଚାଲିକି

ସାଇକେଲ ଠେଲିପେଲି

ପଟୁଆ ଭିତରେ ଟେକିକି ଥୋଇବ

ଓହ୍ଲାଇବ ଯତ୍ନକରି ।


କଲେଜକୁ ଗଲେ ବଢିବ ନଲେଜ

ମନେ ଥାଏ ଆଶା ନିଶା

ଦିଶେ ନାହିଁ କିଛି ଖାଲ ଖମା ଗାଢ଼

ଝଡି ହେଉ ଅବା ବର୍ଷା ।


ଗୋଟାପଣେ ଭିଜି ଓଦା ସରସର

ଦେଉଥିଲୁ ପାଠେ ଧ୍ୟାନ

ମନେ ପଡିଗଲେ ହଜିଲା ସେ ସ୍ମୃତି

ଜୀଇଉଠେ ସୁଖ ସ୍ୱପ୍ନ ।


   



Rate this content
Log in

Similar oriya poem from Inspirational