STORYMIRROR

Shiba Charan Mahapatra

Classics Inspirational

4  

Shiba Charan Mahapatra

Classics Inspirational

ଅଫେରା ପଥିକ

ଅଫେରା ପଥିକ

1 min
331

ନିଆଁ ହେଉ ଅବା ନଈର ଭଉଁରୀ

ଅଂଧକାର ଅବା ଆଲୋକ

ଚାଲୁଛୁ ଚାଲ୍ ତୋ ଲକ୍ଷ୍ୟପଥେ ତୁହି

ଅଫେରା ପଥ ର ପଥିକ..।


ଏମିତି ତ କେତେ ହାତ ଛାଡି ଯିବେ

ଛାଡିବୁନି ଚଲାପଥ

ଏମିତି ତ କେତେ ସ୍ୱପ୍ନଭଂଗ ପର୍ବ

ହେବ ତୋର ଘୋଷାପାଠ..।


କଂଟକ ଆଘାତ ସହିବାକୁ ହେବ

ଲଭିବାକୁ ହେଲେ ମହକ

ଚାଲୁଛୁ ଚାଲ୍ ତୋ ଲକ୍ଷ୍ୟପଥେ ତୁହି

ଅଫେରା ପଥ ର ପଥିକ..।


ଜଳୁଛି ହୃଦୟ .? ଜଳିବାକୁ ଦିଅ

ପ୍ରେମାଗ୍ନି ବିରହ ଜ୍ୱାଳେ

ଚାହଁନା ତୋଳିବା ଆଶ୍ରୟ ନୀଡ଼

ମିଥ୍ୟା ପ୍ରତିଶୃତି ଡାଳେ..।


ଆନ ଖୁସି ପାଇଁ ଦୀପଶିଖା ସମ

ଜଳିପାରେ ଯେ ସେ ପ୍ରେମିକ

ଚାଲୁଛୁ ଚାଲ୍ ତୋ ଲକ୍ଷ୍ୟପଥେ ତୁହି

ଅଫେରା ପଥ ର ପଥିକ..।


ଏକ ଛାତ ତଳେ କେତେ ଯେ ଉଡାଣ

କେତେ ଯୁଦ୍ଧ କେତେ ସଂଘର୍ଷ

କେତେ ରକ୍ତପାତ କେତେ ପକ୍ଷଛେଦ

କେତେ ରଣନୀତି ରହସ୍ୟ..।


ସେ ରହସ୍ୟ ଭେଦୀ ଆକାଶେ ଆଂକିବୁ

ଭଂଗା ଡେଣାର ତୋ କୁହୁକ

ଚାଲୁଛୁ ଚାଲ୍ ତୋ ଲକ୍ଷ୍ୟପଥେ ତୁହି

ଅଫେରା ପଥ ର ପଥିକ..।


ବାଜିଲାଣି ଯେବେ ତୋ ଦେହେ ନିହାଣ

ସହିଯା ତୁ ଛାତି ପାତି

ନିହାଣ ଆଘାତ ପ୍ରୀତି ସ୍ପର୍ଶ ମଣି

କୋଳେଇ ନେ' ଦିନ ରାତି..।


ଯେ' ଯେତେ ସହିଛି ସମୟ ପ୍ରହାର

ତା' ଦେହେ ସେତେ ଚମକ

ଚାଲୁଛୁ ଚାଲ୍ ତୋ ଲକ୍ଷ୍ୟପଥେ ତୁହି

ଅଫେରା ପଥ ର ପଥିକ..।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics