STORYMIRROR

Priyaranjan Biswal

Abstract Classics Others

4  

Priyaranjan Biswal

Abstract Classics Others

ସମୟ ଦେବ ତା' ଉତ୍ତର

ସମୟ ଦେବ ତା' ଉତ୍ତର

1 min
23.5K

ସମୟ ଦେବ ତା' ଉତ୍ତର


ଲାଜକୁଳି ଲତାଟେ ତୁ

ଅଟୁ ମଉନାବତୀ

ହସରୁ ଝରଇ ତୋ

ମାଣିକ ମୋତି।

ବୁଝିତୁ ଅବୁଝା ଆଜି

ସବୁ ଭାବ ପୀରତି

ପ୍ରେମ କରିବାକୁ

ଇଛା ନାହିଁ ବୋଲି

ଅଭିନୟ କରୁବାରମ୍ବାର।

ହେଲେ ପ୍ରେମର ଶକ୍ତିଯେ

କେତେ ସାଶ୍ୱତ ପ୍ରଖର?

ସମୟ ଦେବ ତା ଉତ୍ତର।


ପ୍ରେମକୁ ଅସ୍ତ୍ର କରି

ଅନ୍ଯର ହୃଦୟ ସହ

ଖେଳୁଛି ଯିଏ,

ତା'ଠାରୁ ବଡ ବୋକା

ସଂସାରରେ କୁହ

ଆଉ ଅଛିକି କିଏ?

ତାଙ୍କ ଏଇ ଖେଳ

ହେବ ଦିନେ କାଳ

ଦଣ୍ଡିବେ ଯେବେ ନିଜେ ଇଶ୍ୱର,

ଆଉ

ସମୟ ଦେବ ତା' ଉତ୍ତର।


ତୋ ହୃଦୟରେ

ଅନେକ କଥା ତୁ

ଲୁଚେଇ ରଖିଛୁ ଆଜି।

ଭାବୁଛୁ କି ଜାଣି ପାରୁନି ମୁଁ?

ସବୁ ଜାଣିବି ନୀରବ ରହୁଛି

କାରଣ ଜାଣେ

ମୋର ଯେତେ ସବୁ ପ୍ରଶ୍ନ

ଦିନେ

ସମୟ ଦେବ ତା' ଉତ୍ତର।


ମନରେ ଶଙ୍କା ତ

ନିଶ୍ଚିତ ଅଛି

ବିଳମ୍ବ ହୋଇଯିବନିତ?

ଏପ୍ରଶ୍ନ ବାରମ୍ବାର ଦଂଶନ କରୁଛି,

ମନ ସମ୍ପୂର୍ଣ୍ଣ ଅସ୍ଥିର

ମାତ୍ର ହୃଦୟ

ସ୍ଥିର ନିଶ୍ଚିତ।

କାହିଁକି ନା ସେ ଜାଣେ

ସମୟ ଦେବ ତା' ଉତ୍ତର।


ସମୟର କଷଟି ପଥର

ଜୀବନକୁ କରେ

ସରସ ସୁନ୍ଦର,

କର୍ମ କରିଚାଲ

କର୍ମ ପରା ଅଟେ ସଂସାରର ସାର।

ଭାଗ୍ଯରେ ଯାହା

ଲେଖିଛି ଇଶ୍ୱର

ମିଳିବକି ନାହିଁ ତାହା

ସମୟ ଦେବ ତା' ଉତ୍ତର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract