STORYMIRROR

Debadatta Jena

Children Stories Inspirational Children

3  

Debadatta Jena

Children Stories Inspirational Children

ମିଠା ତନ୍ତ୍ର...

ମିଠା ତନ୍ତ୍ର...

1 min
249


ଭାରତୀୟ ଗଣ ତନ୍ତ୍ର, 


ସମାନତା, ସ୍ୱତନ୍ତ୍ରତା ଓ ନ୍ୟାୟର 


ଅସୀମ ରାଜତନ୍ତ୍ରର ସମାଧି ପୀଠରୁ 


ସୃଷ୍ଟି ଏଇ ଜନ ତନ୍ତ୍ର, 


ରାଜା, ମହାରାଜା, ସମ୍ରାଟ ମାନଙ୍କ 


ଅଖଣ୍ଡ ଆଧିପତ୍ୟରୁ ନିଃସୃତ 


ଜନ ବିପ୍ଳବ ମୂଳ ମନ୍ତ୍ର..! 


ସାର୍ବଭୌମତ୍ବର ଏ ଶାସନ ବ୍ୟବସ୍ଥା 


ସାମ୍ୟବାଦ ଓ ସଂସ୍କାର, 


ଜନ ମତ ଜନ ସମ୍ମତି ଭିତ୍ତିରେ 


ସୁସଂହତ ଲୋକ ତନ୍ତ୍ର, 


ଜନ ପ୍ରତିନିଧି,ଗଣ ଉତ୍ତର ଦାୟିତ୍ୱ 


ଜନ ସ୍ୱାର୍ଥ ସମ୍ମିଳିତ, 


ବ୍ୟକ୍ତି ଅଧିକାର, ବ୍ୟକ୍ତିର ମର୍ଯ୍ୟାଦା, 


ସୁରକ୍ଷିତ ସୁସଂଗଠିତ..!


ଅବାଧ, ମୁକ୍ତ, ସ୍ୱଚ୍ଛ ଓ ନିରପେକ୍ଷ 


ଵିଧି ଓ ବ୍ୟବସ୍ଥା ସ୍ୱାଧୀନ, 


ଭେଦଭାବ ଶୂନ୍ୟ ସମାଜ ପ୍ରତିଷ୍ଠା, 


ଜନ ରଞ୍ଜନ ମୂଳ ଲକ୍ଷ୍ୟ, 


ସାର୍ବଭୌମ ସର୍ବ ସତ୍ତ୍ୱ ଅଧିକାର 


ସାଧାରଣତନ୍ତ୍ରର ଗୁଢ ମନ୍ତ୍ର, 


ଲୋକ ଅଭିବ୍ୟକ୍ତି,ଧର୍ମୀୟ ବିଶ୍ୱାସ 


ଉପାସନାର ମୂଳ ସୂତ୍ର, 


ବ୍ୟକ୍ତି ସ୍ୱତନ୍ତ୍ରତା ରାଷ୍ଟ୍ରିୟ ମର୍ଯ୍ୟାଦା 


ଜାତୀୟ ସଂହତି ପ୍ରାଣ..!


ଭାତୃଭାଵ ପ୍ରୀତି ସ୍ବଦେଶ ମମତା


ଅଭିବ୍ୟକ୍ତି ଆତ୍ମ ପ୍ରତ୍ୟୟ, 


ଅହିଂସା ମନ୍ତ୍ର ଓ ରାଷ୍ଟ୍ରିୟ ଏକତା 


ଦେଶର ଜାତୀୟ ଚରିତ୍ର, 


ଗଣତନ୍ତ୍ର ଯହିଁ ମିଠା ଫଳ ଦିଏ 


ଶିକ୍ଷା ସଚେତନତା,ବ୍ରତ, 


ଅସହିଷ୍ଣୁତାର ଗଂଧ ନାହିଁ ସେଠି 


'ଅହିଂସା ପରମ ଧର୍ମ'..!


ସତୁରି ବର୍ଷର ଏ ଗଣତନ୍ତ୍ର ସିନା


କନିଷ୍ଟ ହେଲେ ବି ବଳିଷ୍ଠ, 


କର୍ତ୍ତବ୍ୟପରାୟଣ,ସମର୍ପଣ ଭାବ 


ସୁସଂହତ ପରିପୃଷ୍ଟ, 


'ସତ୍ୟମେବ ଜୟତେ'-ସତ୍ୟର 


ସଦା ଜୟ,ସାର୍ବଜନୀନ, 


ଭାରତ ମାତାର ଜୟଗାନ କରେ 


ଗାଉ 'ବନ୍ଦେ ମାତରଂ'..!


ଏ ଆମ ଭାରତ ବର୍ଷ.. 


ସତ୍ୟ ଅହିଂସା, ଏକତା,ଅଖଣ୍ଡତା 


ଏ ଆମ ଏକତା ସୂତ୍ର, 


ଜମ୍ବୁ ଦ୍ବୀପ ପୁଣି ଆର୍ଯ୍ୟାବର୍ତ୍ତ ନାମ


ଏଇ ତ ଅଖଣ୍ଡ ଭାରତ, 


ମାନବ ଜାତିର କ୍ରୀଡ଼ଭୂମି ଇଏ 


ମାନବ ଭାଷାର ଜନ୍ମ, 


ଇତିହାସ ଯାର ଜନନୀ ଜନ୍ମଭୂମି 


ଆଇ ମା କାହାଣୀ ମର୍ମ, 


ସଂସ୍କୃତି ଅଟଇ ଗୋସାଇଁ ମା ଏଠି 


ସ୍ୱାଧୀନ ଭାରତ ଶ୍ରେଷ୍ଠ..!


ଏଇ ଆମ ମନ୍ତ୍ର , ଏଇ ଆମ ତନ୍ତ୍ର 


ଏ ଆମ ଜନ ତନ୍ତ୍ର, 


ଆମେ ହିଁ ଶାସକ, ଆମେ ଶାସିତ 


ଏ ଆମ ଶାସନ ଯନ୍ତ୍ର 


ନିଜେ ହିଁ ନିଜର ଭାଗ୍ୟ ବିଧାତା 


ମିଠା ଶାସନର ତତ୍ତ୍ୱ, 


ଭାଗ୍ୟ,ଭଗବାନ ଭବିଷ୍ୟତ ପୁଣି 


ମିଠା ଜହର ତନ୍ତ୍ର ମନ୍ତ୍ର.. !






Rate this content
Log in