ଗୁରୁ
ଗୁରୁ
1 min
276
ମିଷ୍ଟଭାଷୀ ସେ,ସମାୟାନୁବର୍ତ୍ତୀ
ସେ ପରା ଛାତ୍ରବତ୍ସଳ
ଭଦ୍ର,ନମ୍ର ସେ ଅତ୍ୟନ୍ତ କର୍ମଠ
ଅଟନ୍ତି ସେ ଅତି ସରଳ
ଜ୍ଞାନଯୋଗୀ ସେ,କର୍ମଯୋଗୀ
ସେ ତ ଚରିତ୍ରବାନ୍
ଜ୍ଞାନୀ,ଗୁଣି ସେ ପ୍ରେରଣାଦାୟୀ
ସେ ଅଟନ୍ତି ମହାନ
ଅଜ୍ଞାନ ଅନ୍ଧକାର କରନ୍ତି ଦୂର
ଜାଳି ଜ୍ଞାନର ଦୀପ
ଏ ସଂସାରର ଚଳନ୍ତି ଠାକୁର
ଦେବତାଙ୍କ ପ୍ରତିରୂପ
ତାଙ୍କ ଆଶୀର୍ବାଦ ପାଇ ଶିଷ୍ୟ
ମନୁଷ୍ୟତା ପରା ଲଭେ
ଗୁରୁ କୃପାରୁ ଛାତ୍ର ସମାଜରେ
ଶୀର୍ଷ ସ୍ଥାନରେ ଶୋଭେ