Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mr.Siddheswar Behera

Children

2  

Mr.Siddheswar Behera

Children

କୁନୁ ମୁନୁ

କୁନୁ ମୁନୁ

1 min
118


କୁନୁମୁନୁ ଦୁହେଁ ଯାଆଁଳା ଭାଇ

କୁନୁ ବଡ ମୁନୁ ସାନ ଅଟଇ ।


ବଡ ବୁଦ୍ଧିଆ କୁନୁ ଆମର

ସଦା ରହେ ସେ ସଫା ସୁତର ।


ସପ୍ତାହକୁ ଥରେ ନଖକୁ କାଟେ

ଦିନକୁ ଦୁଇଥର ଦାନ୍ତ ସେ ଘସେ ।


ସାବୁନରେ ଭଲକି ହାତକୁ ଧୋଇ 

ଚଟେଇ ପାରି ସେ ଖାଇ ବସଇ ।


ମଳତ୍ୟାଗ କରେ ପାଇଖାନାରେ

ପଦାରେ ମଳତ୍ୟାଗ କରେନି କେବେ ।


ହାତ ଗୋଡକୁ ଭଲକି ଧୋଇ

ରାତ୍ରି କାମ ସାରି ଶିଘ୍ର ଶୁଅଇ ।


ବଢି ଭୋରୁ ସେ ନିତି ଉଠିଥାଏ 

ନିତ୍ୟକର୍ମ ସାରି ୱାର୍କରେ ଯାଏ ।


ରୋଗରେ କୁନୁ କେବେ ନ ପଡଇ

ନିଇତି ସମୟେ ସ୍କୁଲକୁ ଯାଅଇ ।


ବଡ ଭାଇ କଥା ସବୁ ମୁନୁ ମାନଇ

ଭଲ ପିଲା ଅଟନ୍ତି ସେ ଦୁଇ ଭାଇ ।


ରହିବ ଯେ ସଦା ସଫା ସୁତର

ରୋଗକୁ ଭୟ ନ ଥାଏ ତାର ।



Rate this content
Log in