STORYMIRROR

Mr.Siddheswar Behera

Abstract Others

3  

Mr.Siddheswar Behera

Abstract Others

ରଜ ଆସିଲେ ମନେ ପଡେ

ରଜ ଆସିଲେ ମନେ ପଡେ

1 min
218

ରଜ ଆସିଲେ ମନେପଡେ

ମାଙ୍କଡିଆ ଜନଜାତି କଥା ।

ରଜର ବହୁ ପୂର୍ବରୁ ସ୍କୁଲ ପାଖେ 

ଶାଳ, ଶିଆଳି ପତ୍ରରେ କରିଥାନ୍ତି ବସା ।।


ଶିଆଳି ଲତା ଛେଲିରୁ ପ୍ରସ୍ତୁତ 

କରନ୍ତି ସେ ଶିଆଳି ଦଉଡି।

କାମ କରେ ଏହା ଦୋଳିର ଦଉଡି ଭାବେ 

ବର, ଆମ୍ବ ଗଛରେ ଦେଲେ ଭିଡି ।।


ସେ ଦଉଡ଼ିର ଦୋଳି ଖେଳ

ଆଜି ଭାରି ମନେ ପଡେ ।

ଦୋଳି ଯେଉଁଠି ହୁଏ ବନ୍ଧା

ସେଠି ଭାରି ଭିଡ ଜମେ ।।


ଏବେ ଆଉ ସେଠି ଦେଖିବାକୁ ମିଳେନାହିଁ 

ସେ ମାଙ୍କଡିଆ ଜନଜାତିର ମେଳି।

ତାଙ୍କରି ତିଆରି ପଘା, ଶିକା, ଭୋଗେଇ

ଅବା ସେ ଶିଆଳି ଦଉଡିର ଦୋଳି ।।


ଏବେ ଗଢିଉଠିଛି ସେଠି 

ପିଲାମାନଙ୍କ ପାଇଁ ଶିଶୁ ଉଦ୍ୟାନ।

ମାଙ୍କଡିଆ ଜନଜାତି କଥା 

କୋଚିତ୍ କାର ଥିବ ମନ ।।


ତାଙ୍କ ବିନା ରଜ ଏବେ

ଲାଗେ ଫିକା ଫିକା। 

ଏବେକାର ଦୋଳି ଖେଳରେ କାହୁଁ ମିଳିବ

ଶିଆଳି ଦଉଡ଼ି ଦୋଳିର ମଜା।।


ବର୍ତ୍ତମାନକୁ ଦେଖିଲେ 

ଅତୀତ ଭାରି ମନେ ପଡେ ।

ଅତୀତ ଘଟଣା ଗୁଡିକୁ

ମନ ଭାରି ଝୁରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract