Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.Siddheswar Behera

Inspirational Children

4  

Mr.Siddheswar Behera

Inspirational Children

ବଡ ଉପକାରୀ ଦହି

ବଡ ଉପକାରୀ ଦହି

1 min
240


ବହୁ ଉପକାରୀ ଉପାଦାନ ଭରିରହିଛି  

ନାଆଁଟି ତାର ଦହି ।

ନିୟମିତ ରୂପେ ଦହି ଯେବେ ଖାଇବ

ଖାଦ୍ୟ ହଜମ ହୁଅଇ ।।


କ୍ୟାଲସିୟମ ଭରପୂର ଗଢା ମୋ ଶରୀର 

ସୁସ୍ଥ ଅସ୍ଥି,ଦାନ୍ତ ପାଇଁ ଦରକାର ।

ଶରୀର ଓଜନ ନିୟନ୍ତ୍ରଣ ରଖିବାକୁ ହେଲେ 

କରିବ ମୋର ବ୍ୟବହାର ।।


ଉଚ୍ଚ ରକ୍ତଚାପ ବ୍ୟକ୍ତି ଯେବେ ଦହି ଖାଏ

ରକ୍ତଚାପ ତା ନିୟନ୍ତ୍ରିତ ହୁଏ ।

ନିୟମିତ ଭାବେ ତାର ସେବନ କରିଲେ 

ହୃତପିଣ୍ଡ ତା ସୁସ୍ଥ ରହେ ।।


ଖିର ଖାଉଥିବା ବ୍ୟକ୍ତିର ଅଜୀର୍ଣ୍ଣ ହୋଇଲେ

ଖାଇପାରିବେ ସେ ଦହି ।

କାରଣ ତହିଁରେ ଅଜୀର୍ଣ୍ଣ କରିବା ଉପାଦାନ 

ଲାକ୍ଟୋସ୍ ନାହିଁ ।।


ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଦହି

ସହାୟ ହୁଏ ।

ଭିଟାମିନ୍-ଡି ଏବଂ ଇ ସମେତ ଜିଙ୍କ୍ ତହିଁରେ 

ଭରପୁର ଥାଏ ।।


ମୁଣ୍ଡରେ ଯେବେ କେବେ ରୂପି ହୋଇବ

ଦହିରେ ତାର ଉପଚାର କରିବ ।

ଶରୀରରୁ ଅଦରକାରୀ ମେଦ କମାଇବ

ତ୍ବଚା ତୁମ ଉଜ୍ଜ୍ଵଳ ଦିଶିବ ।।



Rate this content
Log in

Similar oriya poem from Inspirational