Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mr.Siddheswar Behera

Inspirational Children

3  

Mr.Siddheswar Behera

Inspirational Children

ସ୍ବାଧୀନତା

ସ୍ବାଧୀନତା

1 min
276


ଦେଶ ଜାତି ପ୍ରୀତି ଗୌରବ ପ୍ରତିକ

ଏ ସ୍ବାଧୀନତା ଦିବସ ।

ଭାରତ ମାତାର ଜାତୀୟ ଉତ୍ସବ 

ପାଳିବା ସରବେ ଆସ ।।


ପତାକା ପୀଠରେ ପତାକା ଉଡାଅ 

ସାମାଜିକ ଦୂରତାରେ ।

ଜାତୀୟ ସଙ୍ଗୀତ ଗାଇବା ସରବେ 

କରୋନା ନିୟମରେ ।।


ମନେପକାଇବା ସଂଗ୍ରାମୀ ଗଣକୁ

ଜାତୀୟ ପତାକା ତଳେ ।

ନେତାଜୀଙ୍କ ଠାଣି ଗାନ୍ଧିଜୀଙ୍କ ବାଣି

ସଂଗ୍ରାମୀଙ୍କ ଜୟ ବୋଲେ ।।


ନେତାଙ୍କର ନୀତି ଅଲଗା ଅଲଗା 

ସଭିଙ୍କର କାମ ଏକ ।

ଲଢି଼ଲଢି଼ ସର୍ବେ ସ୍ବାଧୀନତା ଆଣି

ରଖିଲେ ଦେଶର ଟେକ ।।


ସ୍ବାଧୀନତା ସିନା ଆମ ସଭିଙ୍କର 

ଜନ୍ମଗତ ଅଧିକାର ।

ସ୍ବାଧୀନତା ପରା ଅମୂଲ୍ୟ ସମ୍ପଦ 

ତାହାର ସୁରକ୍ଷା କର ।।


ସ୍ବାଧୀନତା ଆମେ ବଜାୟ ରଖିବା 

ଗାଇ ଭାରତର ଜୟ ।

ବିଭିନ୍ନତା ମଧ୍ୟେ ଜାତୀୟ ଏକତା 

ଭାରତର ପରିଚୟ ।।



Rate this content
Log in