ମୁଁ କିଏ
ମୁଁ କିଏ
ମୁଁ' କିଏ ଯଦି ପଚାରନ୍ତି କିଏ
ଉତ୍ତର ଶରୀର ଦିଏ,
ଆତ୍ମା ଅବିନାଶୀ ପରମାତ୍ମା ରୂପ
ମୃତ୍ୟୁ ମୁଖକୁ ନ ଯାଏ।
ମରେନାହିଁ ନାମ ମରେନାହିଁ ଯଶ
ମରେନାହିଁ କିର୍ତ୍ତିରାଜ,
ପାର୍ଥିବ ଶରୀର ମାଟିରେ ମିଶଇ
ଆତ୍ମା ହୁଏ ସଜବାଜ ।
ଗୋଟିକରୁ ଯାଇ ଅନ୍ଯଠି ପଶଇ
ସାରା ସଂସାରେ ବିହରେ,
ମୁଁ' ଏକା ସିଏ ଭାବ ବାନ୍ଧିଥାଏ
ପରମାର୍ଥ ଭାବନାରେ ।
ଅହଂକାର ଭରା ଅହଂ ଭାବନେଇ
ଯେଉଁ ଶରୀର ସଂସାରେ,
ବାରମ୍ବାର ଜନ୍ମ ନେଉଥାଏ ସିଏ
ଆତ୍ମା ତା ଦେହେ ସଂଚରେ ।
