STORYMIRROR

Kalandi pal

Inspirational

3  

Kalandi pal

Inspirational

ଓଁ ମାଆ ମହାଲକ୍ଷ୍ମୀ

ଓଁ ମାଆ ମହାଲକ୍ଷ୍ମୀ

1 min
415


ନମୋ କମଳ ନୟନୀ

       ନମୋ ଆଶିଷ ଦାୟିନୀ.

ନମୋ ନମୋ ମହାଲକ୍ଷ୍ମୀ

       ନମୋ କମଳ ହସ୍ତିନୀ. ll


ନମସ୍ତେ ବିଷ୍ଣୁ ଘରଣୀ

      ନମୋ ଧନ ପ୍ରଦାୟିନୀ.

ନମୋ ନମୋ ପଦ୍ମାଳୟା

      ଦୁଃଖ ଶୋକ ବିନାଶିନୀ. ll


ନମୋ ବିମଳା କମଳା

      ନମୋ ସଚଳା ଚଞ୍ଚଳା.

ନମୋ ନମୋ ଚତୁର୍ଭୁଜା

      ନମସ୍ତେ ଗଜ ବାହିନୀ. ll


ନମସ୍ତେ ପଦ୍ମ ସୁନ୍ଦରୀ

      ନମୋ ପଦ୍ମମାଳା ଧାରୀ.

ନମୋ ନମୋ ଚନ୍ଦ୍ରରୁପା

       ନମୋ ଦରିଦ୍ର ନାଶିନୀ. ll


ନମୋ ଅନୁଗ୍ରହ ପ୍ରଦା

       ସୁପ୍ରସ୍ସନା, ଚନ୍ଦ୍ରା, ପ୍ରଭା

ନମୋ ନମୋ ଶୁଭପ୍ରଦା

        ନମସ୍ତେ ବିଶ୍ୱ ଜନନୀ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational