Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3.0  

Sadananda Sahoo

Inspirational

କୁସୁମା ଉପବନ

କୁସୁମା ଉପବନ

1 min
218



ପରିକଳ୍ପନାର ରମ୍ୟ ଉପହାର

    କୁସୁମା ସୁରମ୍ୟ ଛବି  ;

ପୁଷ୍ପେ ବିମଣ୍ଡିତ ଉପବନ ସତ୍ୟ

    ବିମୋହିତ ହୁଏ କବି  !!


ଚିତ୍ରଣେ ଚିତ୍ରିତ କୁସୁମା ପ୍ରାଚୀର

    ଐତିହ୍ୟ ସଂସ୍କୃତି ପ୍ରୀତି ; 

ସତ୍ୟ ଧର୍ମ ଜୟ ବୁଦ୍ଧଦେବଙ୍କର

    ସ୍ମୃତି ବଖାଣୁଚି ନିତି !!


ପରିବେଷ୍ଟିତ ଏ' ସୁଦୀର୍ଘ ପ୍ରାଚୀର

    ସନ୍ଦେଶର ଗନ୍ତାଘର. ;

କାରୁକାର୍ଯ୍ୟମୟ ଚିତ୍ରିତ ହୃଦୟ

    ସୌନ୍ଦର୍ଯ୍ୟଋ ସମାହାର. !! 


 ପ୍ରାଚୀରର କାନ୍ଥ ଗୈରିକେ ଶୋଭିତ

     ନିଃସ୍ୱାର୍ଥପରର ଭାବ .;

ସ୍ଵଚ୍ଛ ପୁଷ୍କରିଣୀ  ମନ ନିଏ କିଣି

     ଗଙ୍ଗାମାତା ଆବିର୍ଭାବ !!


ନୌବିହାରରେ ଆନନ୍ଦିତ ସର୍ବେ 

    କୁସୁମା ହୃଦୟ ଖୋଲା ; 

ପିଲା ଠାରୁ ବୁଢା ଜଳକ୍ରୀଡ଼ା ମଜା 

     ସତେ କି ଅପୂର୍ବ ଲୀଳା  !!


ରଙ୍ଗ ବେରଙ୍ଗର ପୁଷ୍ପଲତା ମାଳ

     ହୃଦୟର ପ୍ରୀତି ରଙ୍ଗ ;

ଦର୍ଶନେ ଦର୍ଶକ ହୁଏ ବିମୋହିତ

    କୁସୁମାକୁ କରି ସଙ୍ଗ !! 


ଶୁଭ ସକାଳର ପହିଲି  କିରଣ

    ପୁଲକିତ ମନ ପ୍ରାଣ ;

କୁସୁମାର ବର୍ଣ୍ଣ  ହୁଏ ସ୍ଵର୍ଣ୍ଣମୟ

    ସୂରୂଜ ବୁଣଇ ଭୃଣ !!    

  

ଶୁଭସନ୍ଧ୍ୟା ହସେ କୁସୁମାର କୋଳେ

      ହସଇ ସରଗ ଶଶି ;

ତାରାଫୁଲ ମେଳେ କୁସୁମା ସରାଗେ

     ମନଖୋଲି ଦିଏ ହସି !!


ସଜଳ କଜଳ କୁସୁମା ଚଞ୍ଚଳ

   କୋଳାହଳେ ବିତେ ଦିନ ;

ଦିବସ ରଜନୀ ଅବକାଶ ନାଇଁ

   ଦର୍ଶକର ମୋହେ ମନ !!


କୃତ୍ରିମ ଏ ହ୍ରଦ ଗର୍ଭେ ଜଳ ପୂର୍ଣ୍ଣ

     ରହିଚି ରୋଚକ ଗାଥା ; 

ରାଜାଙ୍କର ପ୍ରିୟ ଏଇ ସରୋବର

    ମହାରଣୀ ନାମେ ଯଥା !!


ପୌରପାଳିକାର ଏ ମହା ଉପବନ

    ରାଜ୍ୟରେ ଆଣିଛି ଖ୍ୟାତି ;

ଲୋକ ପ୍ରତିନିଧି ଉଦ୍ୟମ ସରାଗି

    ଅର୍ଜିଛନ୍ତି ସ୍ନେହ ପ୍ରୀତି !!


ସବୁଜ ଗାଲିଚା ସ୍ନେହର ସଦିଚ୍ଛା

     ହୃଦୟେ ଭରିଛି ଆଶା ;

ଗୁଳ୍ମ ଚାରୁଲତା ଦିଏ ନୂଆ ବାର୍ତ୍ତା

    ବିଶ୍ୱାସରେ ବାନ୍ଧ ବସା  !! 


ମନ ମୋହିନେଲା ଯାଜପୁର ଜିଲ୍ଲା

      କୁସୁମାର ଉପବନ  ;

ହେଲି ବିମୋହିତ ଦେଖି ମହାଚିତ୍ର

    ଉତଫୁଲ୍ଲିତ ହେଲା ମନ !!


କବିଟିଏ ବୋଲି ଲେଖିଦେଲି କିଛି

    ଶୋଭାରେ ବିମୁଗ୍ଧ ହୋଇ ;

କୁସୁମାର ରୂପ ବର୍ଣ୍ଣନା ସାପେକ୍ଷ

     ଅଭିଧାନେ ଶବ୍ଦ ନାଇଁ  !!


ଧନ୍ୟ ହେ ଉଦ୍ୟୋକ୍ତା ପ୍ରଣିପାତ ସଦା

     ଧନ୍ୟ ତୁମ ବଦାନ୍ୟତା ;

ଯାଜପୁର ବାସୀ ଭୁଲି ପାରିବେନି

     ତୁମର. ଏ ସଫଳତା !! 


ମହା ଉପବନ କୁସୁମା କଲ୍ୟାଣ

    ଜନ ମୁଖେ ମୁଖରିତ. ; 

 ସ୍ବାଗତମ କରେ ଅତି ଶରଧାରେ

   ସଭିଙ୍କର ସାଜି ମିତ. !!



Rate this content
Log in