STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବୀଜମନ୍ତ୍ର

ବୀଜମନ୍ତ୍ର

1 min
193

ଭାବେ ନିଅନ୍ତି କରଜ 

ଟିକେ ଲାଜ

ଝିଅ ବୋହୁଙ୍କଠୁ 

ଲାଗିବନି ଜମା ଅସହଜ 

ଯେମିତି ଓଢଣା ତଳର ସଣ୍ଠଣା 

ହେବାକୁ ସହଜ 

      ଭାବେ ଦିଅନ୍ତି କରଜ 

     ଯୋଗ ରୋଜ ରୋଜ 

    ସୁସ୍ଥ ରହିବା ହୁଅନ୍ତା ସହଜ 

    ଶରୀର ଓ ମନ 

     ଏକ ଓ ଅଭିନ୍ନ

    ଲାଗିବନି ଟିକେ ବି ଅବସନ୍ନ 

     ଜୀବନ ଲାଗିବନି ଜମା ଅସହଜ 

ଭାବେ ନିଅନ୍ତି ଓ ଦିଅନ୍ତି କରଜ 

ସମ୍ପର୍କର ସୂତାରେ ଛନ୍ଦି 

ମଙ୍ଗଳ ସୂତ୍ର ନିଅନ୍ତି ପିନ୍ଧି 

ରାକ୍ଷୀ ଦିଅନ୍ତି ବାନ୍ଧି 

ପରିବାରକୁ ସୁଦୃଢ ରଜ୍ଜୁରେ ଛନ୍ଦି 

ପୋଛି ଦିଅନ୍ତି ଅଳନ୍ଧୁ ଅନ୍ଧିସନ୍ଧି 

ସ୍ତ୍ରୀ ବା ପୁରୁଷଟିଏର ପ୍ରଚ୍ଛନ୍ନ ମନରେ 

ସ୍ନେହ ପ୍ରେମ ପ୍ରୀତି ମୈତ୍ରୀର ଭାବ ହୁଅନ୍ତା ସହଜ 

ରୋଜ ରୋଜ ଲାଗନ୍ତାନି ବୋଝ 

ଜୀବନଟା ଲାଜ ଓ ଯୋଗର ଦୁଇ ବୀଜ 

ହୁଏତ ସୃଷ୍ଟିର ବା ସୃଷ୍ଟିରୁ କରଜ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational