STORYMIRROR

Samita Swain

Inspirational

3  

Samita Swain

Inspirational

ଭାବ#ମାୟା

ଭାବ#ମାୟା

1 min
244

ଦେହ ଥିଲେ ଜୀବ ଥାଏ

ଜୀବ ଥିଲେ ପ୍ରାଣ

ଜୀବଟି ନୁହଁଇ ସ୍ଥିର 

ସ୍ଥିର ଟି ମରଣ।।


ମାଟିର ଏ ଘଟ ଦିନେ 

ମାଟିରେ ମିଶିବ

ଧନୀ ହେଉ ଅବା ମାନୀ

କାଳ ତ' ଗ୍ରାସିବ।।


ଭୂମିଷ୍ଟ ହୁଅଇ ଜୀବ 

ଜନନୀ ଜଠରୁ

କର୍ମ ତାର ସ୍ଥିର ହୁଏ 

ଜନ୍ମିବା ଆଗରୁ।।


ଏ ଭବ ଭାବର ମାୟା

ଅଦ୍ଭୁତ ସେ ମୋହ

ଶୂନ୍ଯ ଶୂନ୍ଯ ମହାଶୂନ୍ଯ

ଅବ୍ଯକ୍ତ ସେ କୋହ।।


ବିଷୟ ବାସନା ଅଟେ 

କ୍ଷଣ ସେ ଭଙ୍ଗୁର

ସଂସାରର ଲୀଳା ଖେଳା 

 ସେ ଦୁଇ ଦିନର।।


ମହା ସୁଖ ବୋଲି ଯା'କୁ 

ଜଗତେ ବୋଲନ୍ତି 

କଣ୍ଟ କିତ ପଥେ ପାଦ 

ନ ଜାଣି ପକାନ୍ତି।।


ଏକା ସେହି ହରି ନାମ 

ହୃଦରେ ସୁମରି

ମହାମହା ପାପି ମାନେ

ଯାଇଛନ୍ତି ତରି।।


ସବୁଠି ଅଛନ୍ତି ସେହି 

ଜଳରେ ସ୍ଥଳରେ 

ଜଗତ ଯାକର ପୁଣି

ଜୀବର ଆତ୍ମାରେ ।।


ବିଶ୍ବ ବ୍ରହ୍ମାଣ୍ଡର ସ୍ରଷ୍ଟା 

ରାଜ ରାଜେଶ୍ବର

ତ୍ରିଭୁବନ ପତି ପ୍ରଭୁ 

ବ୍ରହ୍ମ ଅଣାକାର।।


ଚରଣରେ ତାର ଯେବେ 

ପଶିବ ଶରଣ

ଏ ଭବ ସାଗରୁ ପାରି 

କରି ବ ସେ ଜାଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational