STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ରୁଦ୍ରଯଜ୍ଞ

ରୁଦ୍ରଯଜ୍ଞ

1 min
247


ଧର୍ମ ପରାୟଣ ଦେଶଟି ଆମର

ବିଶ୍ବ ପାଇଁ ହୁଏ ଯଜ୍ଞ

କଲ୍ୟାଣର ପାଇଁ ରୁଦ୍ରଯଜ୍ଞ ହୁଏ

ଭକ୍ତ କରୁଥାନ୍ତି ଯଜ୍ଞ।୧।

ଜୀବନ ଆଧାର ରୁଦ୍ରଯଜ୍ଞ ଅଟେ

ନିସ୍ବାର୍ଥ ଭକ୍ତିଟି ରହୁ

ରୁଦ୍ରଯଜ୍ଞ ଅଟେ ଦେବଙ୍କର ସ୍ଥାନ

ଜନଙ୍କ ଭକ୍ତିଟି ରହୁ।୨।

ଭକ୍ତଙ୍କ ଆରାଧ୍ୟ ଦେବ କଳ୍ପେଶ୍ୱର

ପୂଜୂ ଥାନ୍ତି ନିତି ନିତି

ପବିତ୍ର ମନରେ ଆୟୋଜନ ହୁଏ

ପାଆନ୍ତି ପରମ ଗତି।୩।

ଧର୍ମ ପରାୟଣ କଳାବାଡିଆ ଗାଁ

ରୁଦ୍ରଯଜ୍ଞ ହୁଏ ଏଠି

କଳ୍ପେଶ୍ୱର ବାବା ବାର୍ଷିକ ଜନ୍ମରେ

ଯଜ୍ଞ ଆୟୋଜନ ଏଠି।୪।

ସବୁ ବର୍ଷ ହୁଏ ଯଜ୍ଞ ଅନୁଠାନ

ତ୍ରିଲୋଚନଙ୍କର ପାଇଁ

ଆୟୋଜନ କରେ ଗାଆଁର ଜନତା

ରୁଦ୍ରଯଜ୍ଞ ଭକ୍ତି ପାଇଁ।୫।

ଗାଆଁର ମହିଳା ନଦୀ ତୁଠ ଠାରୁ

ଭକ୍ତିରେ ଆଣନ୍ତି ଘଟ

ରୁଦ୍ରଯଜ୍ଞ ପାଇଁ ଶୁଭ ସମୟରେ

ଆଣନ୍ତି ପବିତ୍ର ଘଟ।୬।

ସବୁ ଶାସ୍ତ୍ରେ ଜ୍ଞାନୀ ପଣ୍ଡିତ ବ୍ରାହ୍ମଣ

ରୁଦ୍ରଯଜ୍ଞ ହିଁ କରନ୍ତି

ବିଶ୍ବ କଲ୍ୟାଣର ଉନ୍ନତି ନିମନ୍ତେ

ହମୋଯଜ୍ଞ କରୁଥାନ୍ତି।୭।

ଜଗତ କଲ୍ୟାଣେ ମନ୍ତ୍ର ଉଚ୍ଚାରଣେ

ରୁଦ୍ରଯଜ୍ଞ କରୁଥାନ୍ତି

ନିଶ୍ଚଳ ଭକ୍ତିରେ ସ୍ଥିରଚିତ ହୋଇ

ରୁଦ୍ରା ରୁଦ୍ରା ଭୋଜୁ ଥାନ୍ତି।୮।

ଧର୍ମ ପରାୟଣ ଦେଶଟି ଆମର

ବିଶ୍ବ ପାଇଁ ହୁଏ ଯଜ୍ଞ

କଲ୍ୟାଣର ପାଇଁ ରୁଦ୍ରଯଜ୍ଞ ହୁଏ

ଭକ୍ତ କରୁ ଥାନ୍ତି ଯଜ୍ଞ।୯।




Rate this content
Log in

Similar oriya poem from Inspirational