STORYMIRROR

Chittaranjan Nanda

Inspirational Others

3  

Chittaranjan Nanda

Inspirational Others

ଭଉଣୀ ଭାଇ ହୁଅ ସଚେତନ

ଭଉଣୀ ଭାଇ ହୁଅ ସଚେତନ

1 min
313


 ମୁହିଁ ଏ ଦେଶର ଇଞ୍ଜିନିୟର ନେତା

 ଆଉ ନର୍ସ ଡାକ୍ତର

 ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ଛାଡି ଦେଶ ପ୍ରୀତି ନିଜ ସ୍ବାର୍ଥେ ଖାଲି ବ୍ଯସ୍ତ 

ଏ ମାନବ ଜାତି 

ଅନ୍ୟର ଶ୍ରମକୁ, ଦେଶର ସମ୍ପତ୍ତିକୁ ଲୁଟି, 

ହୁଅନ୍ତି ପୁଂଜିପତି


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

 ଆଉ ନର୍ସ ଡାକ୍ତର

 ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ଜାତି ଧରମ ନାମରେ ଲଗାନ୍ତି କଳି, ବିଶ୍ବ 

ଶାନ୍ତି ପ୍ରତିହତ

ପୁରୁଣା ଚିନ୍ତାଧାରାରେ, କେତେ ନାରୀ ହେଉ

ଛନ୍ତି କେତେ ହତ 


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

ଆଉ ନର୍ସ ଡାକ୍ତର

ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ଆଇନ ଆଖିରେ ଅନ୍ଧ ପୁଟୁଳି ହୋଇଛି

ସତରେ ବନ୍ଧା

ଅପରାଧୀ ଏଠି କରି ଅପରାଧ ହୋଇଛି

ତ ବଡ ନେତା


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

ଆଉ ନର୍ସ ଡାକ୍ତର

ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ମଣିଷର ଜ୍ଞାନ ଅକଳନ, ବୁଦ୍ଧି ବିବେକରେ

ଆପଣାର କରି ପାରେ ସମସ୍ତଙ୍କୁ

ଜ୍ଞାନ ଥାଇ ମଣିଷ ପଥଭ୍ରଷ୍ଟ ହୁଏ, ଅବାଟରେ

ଯାଇ ଶୋଷଣ କରେ ଲୋକଙ୍କୁ


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

ଆଉ ନର୍ସ ଡାକ୍ତର

ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ଇଶ୍ୱର ତ ଏକ ଜାଣି ପଥର ମୂର୍ତ୍ତିକୁ କରି

ବିଶ୍ୱାସ କେତେ ଭୋଗ ଲଗାଉଛେ,

ବୁଦ୍ଧି ହଜାଇ ଭଣ୍ଡ ବାବାକୁ ବିଶ୍ୱାସ କରି ଦଂଗା 

କରି ମଣିଷର ଲୁହ ଗଡାଉଛେ


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

ଆଉ ନର୍ସ ଡାକ୍ତର

ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

କର୍ତ୍ତବ୍ୟକୁ ଆଗ କରି ଯେ କର୍ମ କରୁଛି

ପାଏ ସେ ଘୃଣା, ତିରସ୍କାର

ଗୋଡାଣିଆ ହେଲେ ମିଛ କହିଲେ ଅନୀତି

କରିଲେ ପାଉଛି ପୁରସ୍କାର


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

ଆଉ ନର୍ସ ଡାକ୍ତର

ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ପାପ କଦାଚିତ ନ ହେବ ଗୁପତ, ପାପୀର 

ସର୍ବତ୍ର ଭ୍ରଷ୍ଟ ଆଚରଣ,  

ସତ ଦେଲେ କହି, ମନେ ଆକ୍ରୋଶ ଭରି

ନେଇ ଯାଏ ତାହାର ପ୍ରାଣ


ମୁହିଁ ଏ ଦେଶର ଇଞ୍ଜିନିୟର ନେତା

ଆଉ ନର୍ସ ଡାକ୍ତର

ସପନ ମୋହର ଗଢିବି ନୂଆ ଭାରତ, 

ହୋଇଛି ବେକାର

ଧର୍ଷଣ କଷଣ ନିର୍ଯାତନା ଅତ୍ୟାଚାର କରନ୍ତି

ଛଳନାରେ

ହେ ଭଉଣୀ ଭାଇ ହୁଅ ସଚେତନ, ଦୁଃଖ ଓ 

ଯନ୍ତ୍ରଣା ଭୋଗିବା ନାହିଁରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational