STORYMIRROR

Ghanashyam Jena

Inspirational

3  

Ghanashyam Jena

Inspirational

କୃଷ୍ଣକେଶବ ଚଉତିଶା

କୃଷ୍ଣକେଶବ ଚଉତିଶା

1 min
314


"ଉଁ"ନମଇଁ ନୃସିଂହ ରୂପ,ସ୍ତମ୍ଭରୁ ବାହାରି ଆପେ

ନଖରେ ବିଦାରି ନେଲ, ହିରଣ୍ୟ ପ୍ରାଣ,

ନାମ ନେଲାରୁ ପ୍ରଲ୍ଲାଦ, ଦେଲ ତାକୁ ଇନ୍ଦ୍ର ପଦ

ନିଶିଦିନ ଧ୍ୟାୟିପାଦ ନେଲା ଶରଣ।

ନମଇଁ ନୃସିଂହ ଚରଣ,

ନରହରି ଏତିକି କରେ ନିବେଦନ।୫।

"ଚ"ଚାହିଁ ଚତୁର୍ଦ୍ଧାମୂରତି,ଏ ଜୀବନ ଯାଉ ବିତି,

ଚରଣେ କରେ ବିନତି,ଦିଅ ଆଶରା,

ଚଉଦ ବ୍ରହ୍ମାଣ୍ଡନାଥ,ଆହେ ପ୍ରଭୁ ଜଗନ୍ନାଥ

ଚାହାଁ ବାରେ ଢାଳି ନେତ୍ର,ଏ ଦୀନପର.

ଚାରୁ ବିମ୍ବଫଳ ଅଧର,

ଚାହିଁ ଏ ଜୀବନ ଯାଉ, ହେ ଚକ୍ରଧର।୬।

"ଛ"ଛନ୍ଦାଚରଣଙ୍କ ପଦେ,ଲୟ ରଖିଥିବୁ ହୃଦେ

ଛାଡ଼ି ପଳାଇବ ସର୍ବ, ଦୁଃଖ କଷଣ,

ଛିଣ୍ଡାଇ ମାୟାର ଡୋରି,ଗାଉଥିବୁ ରାମ ହରି

ଛଟକେ କରିବେ ପାରି,ଭବତାରଣ।

ଛାଡ଼ ମନ ସକଳ ଛନ୍ଦ,

ଛନ୍ଦ ତେଜି ଭଜ ରାମ କୃଷ୍ଣ ଗୋବିନ୍ଦ।୭।

"ଜ"ଜୟ ଜୟ ଜଗନ୍ନାଥ,ଜଗବନ୍ଧୁ ଦୀନନାଥ

ଜଗତ ଜନ ବନ୍ଦିତ,ଜଗତ ପତି,

ଜନମିଲ ବନ୍ଦୀଶାଳେ,ଲୀଳା କଲ ଗୋପପୁରେ

ପୁତନା,ଵକା,ଧେନୁକା,ଅଘା ନିପାତି।

ଜୟ ଜୟ ଯଦୁନନ୍ଦନ,

ଯୋଗୀ ଜନ ଜପାମାଳି,ଜଗ ବନ୍ଦନ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational