STORYMIRROR

Mr.Siddheswar Behera

Others Children

3  

Mr.Siddheswar Behera

Others Children

କିଷାନ

କିଷାନ

1 min
157

କିଏ ସେ ଗଢିଛି ଖୁଣ୍ଟିଆବାଣପୁର ଗ୍ରାମେ

ଏକ ସୁନ୍ଦର ଶିକ୍ଷାନୁଷ୍ଠାନ ।

ଧନ୍ୟ ସେ ଗୁଣି ଧନ୍ୟ ତାଙ୍କ କୃତି 

ନାମ ଦେଇଥିଲେ କିଷାନ ।।


ଗ୍ରାମ ମଧ୍ୟେ ବିଦ୍ୟାଳୟଟି ଆମ

ଶ୍ରେଣୀ ଷଷ୍ଠରୁ ଅଷ୍ଟମ ।

ପୁରୀ ଜିଲ୍ଲା କଣାସ ବ୍ଲକରେ

ଉଚ୍ଚ ରହୁ ଏହାରି ନାମ ।।


ଉତ୍ତରରେ ବିଜେ ବାବା ବିଶ୍ୱନାଥ

ଦକ୍ଷିଣରେ ଚଣ୍ଡୀ ଠାକୁରାଣୀ।

ପୂର୍ବେ ପ୍ରବାହିତ ଦୟାନଦୀ

ପୁଣି ପଶ୍ଚିମରେ ମନ୍ଦାଙ୍ଗିନୀ।। 


କେତେ ଛାତ୍ର ଛାତ୍ରୀ ପାଠପଢି ଏଠି 

ଆଜି ଦେଶ ବିଦେଶରେ ପ୍ରତିଷ୍ଠିତ ।

କିଏ ଯେ ଡାକ୍ତର କିଏ ଇଞ୍ଜିନିୟର

କିଏ ପୁଣି ବୈଜ୍ଞାନିକ ।।


ସୁନ୍ଦର ଆମ ଗ୍ରାମ ପରିବେଶ 

ବିଦ୍ୟାଳୟ ମଧ୍ୟ ଏକାପରି ।

ଭଲ ପାଠପଢି ଭଲ କାମ କରି 

ଟେକ ରଖିବା ଆମେ ଏହାରି।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍