STORYMIRROR

Mr.Siddheswar Behera

Classics Others Children

3  

Mr.Siddheswar Behera

Classics Others Children

ଶତୃତା ଭୁଲି ଖେଳିବା ହୋଲି

ଶତୃତା ଭୁଲି ଖେଳିବା ହୋଲି

1 min
242

ପବିତ୍ର ଉତ୍ସବ ପରା ଏହା

ମିଳିମିଶି ହୋଲି ସଭିଏଁ ଖେଳିବା।। 


ଭଲ ପାଇବାର ଏହି ପର୍ବ ହୋଲି 

ଖେଳିବା ରଙ୍ଗ ଆମେ ଶତୃତାକୁ ଭୁଲି।। 


ରଙ୍ଗ ଖେଳିବା ସମୟେ ଦେବା ଆମେ ଧ୍ୟାନ 

ରଙ୍ଗ ଯେପରି ନ ପଡେ ଆମ ଆଖି,ନାକ,କାନ।।


ବଦଳି ଯାଇଛି ସେ ପୁରୁଣା ହୋଲି ଖେଳ 

ବାଉଁଶ ପିଚକାରୀ ହର୍ବାଲ ରଙ୍ଗର ।। 


ହାଟବଜାରରେ ଖାଲି ପ୍ଲାଷ୍ଟିକ ପିଚକାରୀ ଆସର

ଭଳିଭଳି କୃତ୍ରିମ ରଙ୍ଗ ଆଉ କୃତ୍ରିମ ଅବିର।। 


କୃତ୍ରିମ ରଙ୍ଗ ଖେଳି କେତେ ଯେ ହୁଅନ୍ତି ଅନ୍ଧ 

ହୁଏ ପୁଣି ଚର୍ମରେ ନାନା ଚର୍ମ ରୋଗ।। 


କୃତ୍ରିମ ରଙ୍ଗକୁ ବ୍ୟବହାର ନ କରି

ହର୍ବାଲ ରଙ୍ଗରେ ଆମେ ଖେଳିବା ହୋଲି।। 


ଭାଙ୍ଗ ପିଇ କେତେ ଯେ ହୁଅନ୍ତି ମତୁଆଲା 

ରଙ୍ଗ ବିରଙ୍ଗ ପୋଷାକରେ ଦିଶନ୍ତି ରଙ୍ଗିଲା ।।


ରଙ୍ଗ ସିନା ଲାଗିଯାଏ ଦିନେ ଦୁଇଦିନ ପରେ 

ମୁହଁରୁ ମିଠାକଥା ନ ଲିଭୁ ଏ ଜୀବନରେ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics