STORYMIRROR

Mr.Siddheswar Behera

Others Children

4  

Mr.Siddheswar Behera

Others Children

ପକ୍ଷୀଟିଏ ମୁଁ ପକ୍ଷୀଟିଏ

ପକ୍ଷୀଟିଏ ମୁଁ ପକ୍ଷୀଟିଏ

1 min
222


ପକ୍ଷୀଟିଏ ମୁଁ ପକ୍ଷୀଟିଏ

ଉଡଇ ଖୋଲା ଆକାଶେ

ଦିନଯାକ ଆହାର ଖୋଜି

ସଞ୍ଜରେ ବସାକୁ ଆସେ


ଗଛ ଡାଳେ ପତର ମେଳେ

ଛୋଟ ବସାଟେ ମୋର

ବସାରେ ଯେବେ ରହଇ ମୁଁ

ପାଏ ସୁଖ ସରଗର


ବଣ ଜଙ୍ଗଲର ଫୁଲଫଳ

ଅଟେ ତ ମୋ ଆହାର

ନିରୀହ ପକ୍ଷୀଟିଏ ମୁହିଁ

କ୍ଷତି କରେନି କାହାର


ନ ଥାଏ କିଛି ସୀମା ନିୟମ

ପକ୍ଷୀଟିଏ ମୁଁ ସ୍ଵାଧୀନ

ଖୁସିରେ ସର୍ବତ ଉଡି ବୁଲେ

ନଥାଏ ବାଧା ବନ୍ଧନ


ଲୋଡା ନାହିଁ ସୁନା ପଞ୍ଜୁରି

ନା ଲୋଡା ଦୁଧଭାତ

ମୁକ୍ତ ହୋଇ ଉଡିବାକୁ ଇଛା

ଗାଇ ଶାନ୍ତିର ଗୀତ 


Rate this content
Log in