STORYMIRROR

Haramohan Jena

Inspirational

3  

Haramohan Jena

Inspirational

ବନ୍ଧୁ

ବନ୍ଧୁ

1 min
306

ଜୀବନର ପଥ ଅଙ୍କାବଙ୍କା ସେତ

ଚାଲିବା ନାମ ଜୀବନ

ଚାଲୁ ଚାଲୁ ଯୋଡେ କେବେ କାହା ସାଥେ 

ବନ୍ଧୁତା ପ୍ରୀତି ବନ୍ଧନ  (୧)


ବନ୍ଧୁତାରେ ସିନା ବନ୍ଧା ପଡ଼ିଯାଏ

ମନ ସିନ୍ଦୁକର ଚାବି

ବନ୍ଧୁର ପଥରେ ବନ୍ଧୁଟିଏ ଥିଲେ

ଲାଗେ ନାହିଁ ପଥକ୍ଲାନ୍ତି    (୨)


ମନଗହନର ଅକୁହାକଥାକୁ

ବୁଝିପାରୁଥାଏ ଯିଏ

ସୁଖରେ ଦୁଃଖରେ ପାଶେ ଠିଆ ହେଲେ

ବନ୍ଧୁ ପରି ବନ୍ଧୁ ସିଏ   (୩)


ସଂସାରରେ ଚାଲେ ବନ୍ଧୁ କିଣାବିକା

ଛଳ ପ୍ରତାରଣା ବଳେ

 ବନ୍ଧୁରୁ ବନ୍ଦୁକ ସାଜନ୍ତି କୂଟୀଳେ

ବିଷ ଜ୍ଜାଳେ ମନ ଜଳେ   (୪)


ଦେଉଥିଲେ ଯଦି ନେଉଥିବେ ସବୁ

ବନ୍ଧୁ ହୋଇ ରହିଥିବେ

ଦେଇ ନପାରିଲେ ମୁହଁ ମୋଡି ଦେଲେ

ସିଏ କି ବନ୍ଧୁ ହୋଇବେ ?(୫)


ବନ୍ଧୁତାର ସୀମା ତେଣୁ ଥାଉ ଏଠି

ଆଗକୁ କାହିଁ ବଢିବା

ଜହ୍ନ ପରି କିଆଁ ପକ୍ଷେ ବଢ଼ି ପୁଣି

ଅପରପକ୍ଷେ ଛିଡିବା   (୬)


ବନ୍ଧୁ ବାନ୍ଧିଥିଲେ ବନ୍ଧୁ ମହାନ୍ତି ଯେ

ସିଏ ଚିରଦିନ ବନ୍ଧୁ

ମନେ ଭାବୁଅଛି ବନ୍ଧୁତାର ଖିଅ

ତା ସାଥିରେ ବାନ୍ଧିବାକୁ  (୭) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Inspirational