STORYMIRROR

Anil Kumar Parhi

Inspirational

4.4  

Anil Kumar Parhi

Inspirational

ଅନାବନା କବିତା - 10

ଅନାବନା କବିତା - 10

1 min
27.2K



କାଲିଠାରୁ

ଟିଣବାକ୍ସରୁ

କାଢିଛି ଚାଦର

ଏବେ ଶୀତ

ମୋ ଦେହରେ ଜର।

ଗଲାବର୍ଷ

ଚିହ୍ନ ଗୋଟେ ଲାଗିଥିଲା

ସେ ଚିହ୍ନ ଚାଦର ଠାରୁ

ଏତେ ବଡ

କେମିତି ହୋଇଲା!


ମୁଁ ଜଣେ ସଂସାରୀ

ମୋର ଦେହସାରା

ଏତେନାକୁ ଜାଗା ନାହିଁ ଖାଲି

ଘା ମାନଙ୍କୁ ସାଇତିବା ପାଇଁ

ଏଯାଏ ଖାଲି

ଜାଗା ପାଇ ନାହିଁ।

ଶୀତର ଦାଗ

ଚାଦରର,

ଚାଦର ହିଁ

ବଦନାମ କରେ

ପତ୍ରଝଡା କାମଳ କମ୍ପନ

ସରୁ ରାସ୍ତା, ମୁହଁ ସଞ୍ଜ

ଏକାକୀ ପାଦରେ ଛନ୍ଦେ

ମୋହମୁଦ୍ଗର।।


ଏ ଚାଦର

କେବେ ଗୋଟେ ଚିଠି ହେଲା

ସମୟର ବୋକଚାରେ ମତେ

ବଦନାମ କରିଦେଇଗଲା!


ଅନୀଲ କୁମାର ପାଢୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational