STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

ସତ୍ୟର ବିଳାପ

ସତ୍ୟର ବିଳାପ

1 min
244


କାଳିଆ କୁକୁର   ବୋଲୁ ଯେ ଛେଳିକୁ 

     ଭୂ ଭୂ ତାର ମେ ମେ ଲାଗେ 

ଜୋର ଜୋର ଶବ୍ଦେ  ମିଛକୁ ସତ୍ୟରେ

     ପ୍ରଳାପ ସତ୍ୟହିଁ ଲାଗେ ll


ଅସତ୍ୟ ପଲାରେ ସତ୍ୟ କବଳିତ

    ମିଛ କରେ ଅଟ୍ଟହାସ୍ୟ

ଧର୍ମର କଥାଟି  ହୁଏ ଅବିଶ୍ୱାସ

    ଅଧର୍ମ ମୋଡେଇ ନିଶ ll


ଘାତ ପ୍ରତିଘାତ  ଶିକ୍ଷାଏ ଜୀବନ

     ପ୍ରତି ପାଦେ ପ୍ରତାରଣା

ନିସ୍ଵାର୍ଥର ସେବା   ନୁହେଁ ଜନାଦୃତ

      ସ୍ୱାର୍ଥକୁ ମିଳେ ପ୍ରେରଣା ll


ସତ୍ୟର ପଥିକ  ଖାଏ ପଦାଘାତ

     ମିଛୁଆର  ମୁହଁ ଟାଣ

ମିଥ୍ୟାକୁ ସତରେ  ରୂପାନ୍ତରଣରେ

      ଓକିଲ ଯୁକ୍ତିରେ ମନ ll


ନ୍ୟାୟର ସନ୍ଧାନେ  ଖୋଜେ ଯେବେ ମନେ

      ଆଇନି କୋଟ ଦ୍ୱାରସ୍ଥ

ହୋଇ ନିର୍ଯ୍ୟାତିତ  ଅଗ୍ନି ପ୍ରମାଣିତ

      ଅତ୍ୟାଚାରୀ ମୁହେଁ ହସ ll


ସତ୍ୟର ନିଲାମ  ନେତା ଟଙ୍କା କାମ

      ନିରୀହ ବେଦନା ଦେଖ

ଗଣତନ୍ତ୍ର ଆମ   ଅସତ୍ୟ ଗୋଲାମ

      ଠିକିବା ପର୍ଯ୍ୟନ୍ତ ଶିଖ ll


ଚୋରି ଡକାୟତି   ହଡପ ସମ୍ପତ୍ତି

    ସୂର୍ଯ୍ୟାଲୋକେ ବଳତ୍କାର

ଶିକ୍ଷା ଦିଗ ଶୂନ୍ୟ   ଶାସନ ବିହୀନ

     ମିଥ୍ୟାର ବଢ଼ଇ ଚେର ll


ଧର୍ମ ହୀନ ଜ୍ଞାନ  ଲଜ୍ୟା ଭୟ ଶୂନ୍ୟ

     ଅସାଧୁତା ବେଭିଚାରୀ

କୁକର୍ମେ ଜଟିତ   ଆଦର୍ଶ ବ୍ୟକ୍ତିତ୍ୱ

     ସୃଷ୍ଟିକାରୀ ବେଇମାନୀ ll


ସତ୍ୟକୁ ଖୋଜୁଛି  ସତ୍ୟକୁ ଦେଖୁଛି

     ସତ୍ୟ ପାଇଁ ଦିନରାତି

ସତ୍ୟର ସାମନା   ଯାହାର କାମନା

     କଷ୍ଟେ ରହେ କାନ୍ଦି କାନ୍ଦି ll


ଦେଶର ଶାସକ   ନେତା ପ୍ରଶାସକ

     ସତ୍ୟରଯେ ପ୍ରତାରକ

ବିଳାପ ସତ୍ୟର   କିଏବା ନିଜର

      ସମାଜର ସଂସ୍କାରକ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational