ସତ୍ୟର ବିଳାପ
ସତ୍ୟର ବିଳାପ
କାଳିଆ କୁକୁର ବୋଲୁ ଯେ ଛେଳିକୁ
ଭୂ ଭୂ ତାର ମେ ମେ ଲାଗେ
ଜୋର ଜୋର ଶବ୍ଦେ ମିଛକୁ ସତ୍ୟରେ
ପ୍ରଳାପ ସତ୍ୟହିଁ ଲାଗେ ll
ଅସତ୍ୟ ପଲାରେ ସତ୍ୟ କବଳିତ
ମିଛ କରେ ଅଟ୍ଟହାସ୍ୟ
ଧର୍ମର କଥାଟି ହୁଏ ଅବିଶ୍ୱାସ
ଅଧର୍ମ ମୋଡେଇ ନିଶ ll
ଘାତ ପ୍ରତିଘାତ ଶିକ୍ଷାଏ ଜୀବନ
ପ୍ରତି ପାଦେ ପ୍ରତାରଣା
ନିସ୍ଵାର୍ଥର ସେବା ନୁହେଁ ଜନାଦୃତ
ସ୍ୱାର୍ଥକୁ ମିଳେ ପ୍ରେରଣା ll
ସତ୍ୟର ପଥିକ ଖାଏ ପଦାଘାତ
ମିଛୁଆର ମୁହଁ ଟାଣ
ମିଥ୍ୟାକୁ ସତରେ ରୂପାନ୍ତରଣରେ
ଓକିଲ ଯୁକ୍ତିରେ ମନ ll
ନ୍ୟାୟର ସନ୍ଧାନେ ଖୋଜେ ଯେବେ ମନେ
ଆଇନି କୋଟ ଦ୍ୱାରସ୍ଥ
ହୋଇ ନିର୍ଯ୍ୟାତିତ ଅଗ୍ନି ପ୍ରମାଣିତ
ଅତ୍ୟାଚାରୀ ମୁହେଁ ହସ ll
ସତ୍ୟର ନିଲାମ ନେତା ଟଙ୍କା କାମ
ନିରୀହ ବେଦନା ଦେଖ
ଗଣତନ୍ତ୍ର ଆମ ଅସତ୍ୟ ଗୋଲାମ
ଠିକିବା ପର୍ଯ୍ୟନ୍ତ ଶିଖ ll
ଚୋରି ଡକାୟତି ହଡପ ସମ୍ପତ୍ତି
ସୂର୍ଯ୍ୟାଲୋକେ ବଳତ୍କାର
ଶିକ୍ଷା ଦିଗ ଶୂନ୍ୟ ଶାସନ ବିହୀନ
ମିଥ୍ୟାର ବଢ଼ଇ ଚେର ll
ଧର୍ମ ହୀନ ଜ୍ଞାନ ଲଜ୍ୟା ଭୟ ଶୂନ୍ୟ
ଅସାଧୁତା ବେଭିଚାରୀ
କୁକର୍ମେ ଜଟିତ ଆଦର୍ଶ ବ୍ୟକ୍ତିତ୍ୱ
ସୃଷ୍ଟିକାରୀ ବେଇମାନୀ ll
ସତ୍ୟକୁ ଖୋଜୁଛି ସତ୍ୟକୁ ଦେଖୁଛି
ସତ୍ୟ ପାଇଁ ଦିନରାତି
ସତ୍ୟର ସାମନା ଯାହାର କାମନା
କଷ୍ଟେ ରହେ କାନ୍ଦି କାନ୍ଦି ll
ଦେଶର ଶାସକ ନେତା ପ୍ରଶାସକ
ସତ୍ୟରଯେ ପ୍ରତାରକ
ବିଳାପ ସତ୍ୟର କିଏବା ନିଜର
ସମାଜର ସଂସ୍କାରକ ll
