ମା ଓ ମମତା
ମା ଓ ମମତା
ମା ମମତା ଆଗରେ, ସବୁ କିଛି ଫିକା,
ମା କେବେ ସନ୍ତାନ କୁ ଦିଏ ନାହିଁ ଧକ୍କା,
ତାଆ ପଣତ କାନି
ସବୁ ଦୁଃଖ, ନେଇଯାଏ ଛାଣି ।
ନର ହେଉ କି ବାନର, ଶୂର କି ଅଶୂର,
କୀଟ ଠାରୁ ବ୍ରହ୍ମ ଯାଏଁ, ଯେତେକ ବିଶ୍ୱର,
ମାଆ କୋଳରୁ ଜାତ
ମାଆ କୋଳ ବିନା ସୃଷ୍ଟି ଅସମ୍ଭବତ ।
ମାଆ ଅଛି ଯାହାର ହେ, ସବୁ ସୁଖ ତାର,
ମାଆ ଛେଉଣ୍ଡ ପିଲାଟି, ପାଏ ହତାଦର,
ମାଆ କବଚ ତାର
ବିପଦେ ଆପଦେ ସାହା ହୁଏ ତାହାର ।
ମାଆ ମାଆ ଡାକରେ, କି, ମଧୁର ଅଛି,
ମାଆ ଥିବା ପିଲାଟି ହିଁ ତାହା ବୁଝିଛି,
ମାଆ ନାହିଁ ଯାହାର
ଦୁନିଆଟା ତା ପାଇଁ ଘୋର ଅନ୍ଧାର ।
ରତ୍ନପଲଙ୍କ କି ସରି ମାଆ କୋଳକୁ,
ଚାମର ସରି ନ ହେବ, ମାଆ କାନିକୁ,
ସୁଖ ନିଦ୍ରା ଯେ ଆସେ
ମାଆ ଯଦି ହାତେ, ତାର ମଥା ଆଉଁସେ ।
କି ନିଦାଘ କି କାକର କି ବରଷା ଧାର,
କିଛି ବାଧେ ନାହିଁ ମାଆ, ଥିଲେ ପାଖର,
ଅଭୟ ମାଆ ହାତ
ଲାଗେ ଯେନହେଁ ସୁଦୃଢ ଛାତ ।
କହେ ନବନୀତ ମାଆ ମମତା କୁ ନେଇ,
ସରଗ ସୁଖ ବି ତାର ସରି ନୁହଁଇ,
ସ୍ନେହର ସେ ଭଣ୍ଡାର
ମମତାର ଅସରନ୍ତି ମହାସାଗର
ମହାସାଗର, ମହାସାଗର, ମହାସାଗର ।
