STORYMIRROR

Dr.nabaneet Bajubandha

Others

4  

Dr.nabaneet Bajubandha

Others

ବାପା

ବାପା

1 min
373


ପଞ୍ଚ ମହାଭୁତ ରୁ ଯେ ଏ ଜଗତ ଜାତ, 

ମୋ ପାଇଁ ମୋ ବାପା ଷଷ୍ଠ ମହାଭୁତ, 

      ମୁଁ ତାଙ୍କଠୁଁ ଜାତ

    ବାପା ମୋର, ନେତ୍ରାନନ୍ଦ, 

        ମୁଁ ନବନୀତ ।


ଆକାଶ ପରି ହୃଦୟ, ମେରୁ ପରି ମନ 

ସହନ ରେ ମା ଧରିତ୍ରୀ, ସ୍ବର୍ଶ ଯେ ପବନ, 

     ତେଜେ ସୂର୍ଯ୍ୟ ସମାନ 

      ସେ ମୋହର ବାପା 

       ମୁଁ ତାଙ୍କ ସନ୍ତାନ ।


ପାଳନେ ନାରାୟଣ, ଶାସନେ ପଞ୍ଚାନନ, 

ଦାନୀ ପଣେ କର୍ଣ, ମାନେ, ମାନୀ ଦୁର୍ଯ୍ୟୋଧନ , 

       ମୁଁ ତା ପୁତ୍ର ଜାଣ

       ଉତ୍ତମ ପିତାର ମୁଁ, 

        ଅଧମ ସନ୍ତାନ ।


ଥିଲେ ସେ ମୋର ଠିକଣା, ମୋ ଜମାଖାତା, 

  ଆବର୍ତ୍ତମାନ ତାଙ୍କର, ଦେଉଛି ବ୍ୟଥା, 

       ଥିଲେ ଖାଦ୍ୟ ଭଣ୍ଡାର

      ସେ ଥିଲେ ବୋଲି ନ ଥିଲା 

         ଚିନ୍ତା ମୋହର ।


ଛାୟା ପରି ଜଗି ରହୁଥିଲେ ସେ ନିତି, 

ଶିଖାଇଲେ କେତେ କଥା, ସଂସାର ନିତୀ, 

        ଥିଲେ ଗୁରୁ ସମାନ

        ତାଙ୍କ ଆଦର୍ଶେ ଗଢା 

        ଏ ଶରୀର, ମନ ।


ଚଳନ୍ତି ଠାକୁର ମୋର, ମାତା ପିଅର, 

ସଦା ତାଙ୍କ ପାଦେ ଥାଉ ଲୟ ମୋହର, 

       ଥାଇ ଆର ପାରିରେ

       ଶୁଭ ଦୃଷ୍ଟି ରଖିଥାନ୍ତୁ 

          ମୋ ଉପରେ ।



Rate this content
Log in