ପତି ପତ୍ନୀ
ପତି ପତ୍ନୀ
1 min
213
ସଂସାର ରୂପୀ, ରଥ ର, ଚକ ଦୁଇଟି
ଗୋଟିଏ ପତି, ହେଲେ, ପତ୍ନୀ ଆରଟି,
ସୁସମ୍ପର୍କ ତା ଅଖ
ଉତ୍ତମ ବୁଝାମଣା ରେ ନଥାଏ ଦୁଃଖ ।
ମାତା ପିତା ସେ ରଥ ର ସାରଥୀ ଜାଣ
ପରସ୍ଵର ର ବିଶ୍ୱାସ ତା ଇନ୍ଧନ,
ପରିବାର ତା ଯାତ୍ରୀ
ଜୀବନ ରୂପୀ ପଥ ରେ କରେ ସେ ଗତି ।
ସଂସାର ରେ ଯେତେ ସବୁ ଅଛି ବନ୍ଧନ,
ପତି ପତ୍ନୀ ବନ୍ଧନ ଟି ପବିତ୍ର ଜାଣ
ଯହିଁ ଅମରେ ସାକ୍ଷୀ
ପତି ମାଗେ ପତ୍ନୀ କର ଅଗ୍ନି କୁ ରଖି ।
ସିକ୍କା ର ଦୁଇ ପାରୁଶ, ସ୍ତ୍ରୀ ପୁରୁଷ,
ଜଣେ ବିନା ଆରେକ ର ସମ୍ଭବ ଲେଶ,
ରଖି ଏଇ ବିଶ୍ୱାସ
ସଂସାର ରଥ ଚଲାଅ ହୋଇ ହରଷ ।
କହେ ନବନୀତ ନ ହୋଇ କୁଣ୍ଠିତ,
ପତିପତ୍ନୀ ବିନା ସୃଷ୍ଟି ସମ୍ଭବ ନୁହେଁ ତ,
ଏତ ନିରାଟ ସତ
ପତିପତ୍ନୀ ଠାରୁ ଘରସଂସାର ଜାତ ।
