STORYMIRROR

Dr.nabaneet Bajubandha

Others

3  

Dr.nabaneet Bajubandha

Others

କାହା ମନ କେଉଁଠି

କାହା ମନ କେଉଁଠି

1 min
188

ଘୁଷୁରୀର ମନ ପଙ୍କରେ ଥାଏରେ, 

ମାଙ୍କଡ଼ ମନଟି କୁଣ୍ଡିଆରେ...... 

କୁକୁରର ମନ ଅଇଁଠାରେ ଥାଏ, 

ଚୋର ମନ ଥାଏ ଗଣ୍ଠିଲିରେ ।


ପିଲାଙ୍କର ମନ ମୋବାଇଲ ଗେମରେ, 

ମାଇପି ମନ ସିରିଏଲରେ.... 

ଟୋକାଙ୍କ ମନଟି ବୋତଲରେ ଥାଏ, 

ବୁଢା ମନ ଥାଏ ଚୁଗୁଲୀରେ ।


ଡାକତର ମନ ଚାଲୁ ଔଷଧରେ, 

ରୋଗୀ ମନ ଓଷଧ ଦୋକାନୀରେ... 

ଚାକିରିଆ ମନ ନ ଥାଏ କାମରେ, 

ଥାଏ ଖାଲି ଲାଞ୍ଚ ମାଗିବାରେ ।


ଅଧ୍ୟାପକ ମନ କୋଚିଂ ସେଣ୍ଟର, 

ନେତାଙ୍କର ମନ ଭଣ୍ଡାମୀରେ.... 

ପ୍ରଜାଙ୍କର ମନ ମାଗଣା ଖିଆରେ, 

ଯୋଜନା କାଗଜ କଲମରେ ।



Rate this content
Log in