STORYMIRROR

Chittaranjan Nanda

Inspirational Others

4  

Chittaranjan Nanda

Inspirational Others

ନାରୀ ମହିଳା ଦିବସ

ନାରୀ ମହିଳା ଦିବସ

1 min
683


ମାଆ, ଶିଶୁର କାନ୍ଦରୁ, ପିଲାର ମୁଖମଣ୍ଡଳରୁ 

ବୁଝି ପାରେ ତାହାର ଭୋକ,

ସୃଷ୍ଟିମୟୀ ସେ ତ, ଏହି ଅବନୀ ଭିତରେ, ତାର

ଯୋଗୁ ଶିଶୁ ରଖିଯାଏ ଟେକ ।୧।


ସୃଷ୍ଟିର ପୁଣ୍ୟମୟୀ ତେଜସ୍ବିନୀ ସେ, ହସାଏ ଏହି

ପ୍ରେମ ଓ ପ୍ରୀତିରେ ଧରିତ୍ରୀକୁ,

ନାରୀ ହୁଏ ବୀରଙ୍ଗନା, ଅହଂକାର ଦର୍ପ ନାଶ 

କରେ ସର୍ବ ଦୁଷ୍ଟଙ୍କର ମଥାକୁ ।୨।


କେତେ ନାରୀ ଆଜି ଦୁର୍ନୀତି ଓ ଦୁଷ୍କର୍ମ ପ୍ରତିହତ 

କରି, ହୋଇ ପାରିଛନ୍ତି ପରିପୂର୍ଣ୍ଣା

ସର୍ବତ୍ର, ଘୋଡାଚଢା ଠାରୁ ଆକାଶରେ ଉଡ଼ା ଓ

ଯୁଦ୍ଧ କ୍ଷେତ୍ରେ ମଧ୍ୟ ଅବତୀର୍ଣ୍ଣା ।୩।


ସୀତା, ଦ୍ରୌପଦୀ ଓ ଅହଲ୍ୟା ପରି ବହୁ ନାରୀ

ହୋଇଥିଲେ ଅତ୍ୟାରିତ ସମାଜରେ

ସରୋଜିନୀ ଇନ୍ଦିରା, ନନ୍ଦିନୀ ସାନିଆ ମିର୍ଜା, କଳ୍ପନା 

ଚାୱଲା ନାମ ରଖିଛନ୍ତି ଜାଗୃତିରେ ।୪।


ସୃଷ୍ଟିରେ ନାରୀ, ଜନନୀ ଭଗିନୀ କନ୍ୟା ପ୍ରଣୟିନୀ

ଏହି ଚାରି ରୂପରେ

ହସାଏ ପୃଥ୍ୱୀକୁ ସହି ସମସ୍ତ ପ୍ରକାର କଷ୍ଟ ଓ ଗଞ୍ଜଣା

ହୋଇ ଅର୍ଧାଂଶ ସମାଜରେ ।୫।


ଆଜି ମାର୍ଚ୍ଚ ମାସ ଆଠ ତାରିଖ ମହିଳା ଦିବସ ରୂପେ

ପାଳୁଛେ ସାରା ଜଗତରେ 

ନବା ଶପଥ ସମସ୍ତେ, ସୁଦୃଢ କରିବା ନାରୀ ସମାଜକୁ

କୁଣ୍ଠିତ ନହୋଇ ପ୍ରକୃତ କାର୍ଯ୍ୟରେ ।୬।


ସ୍ନେହ, ପ୍ରେମ ସ୍ରୋତେ ଭସାଇ ଦିଅହେ ଆମ ପୃଥିବୀର 

ପରିବାର ସ୍ରୋତକୁ 

ନାରୀ ନ ରହିଲେ ଧ୍ଵଂସ ପାଇଯିବ ମାନବ ସମାଜ, ସର୍ବ 

ଆଦର ଓ ସମ୍ମାନ ଦେବା ନାରୀ ଜାତିକୁ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational