ଦୀପ ଜାଳିବା
ଦୀପ ଜାଳିବା


ପ୍ରାତଃକାଳରେ କରି ସ୍ନାନ, ତୁଳସୀ ପୂଜନ ପରେ କରୁ
ଆମେ ଓଡିଆ ସର୍ବ ଦେବା ଦେବୀ ଦରଶନ,
ଅମାବାସ୍ଯା ତିଥି ଦୀପାବଳୀ ଦିନ, ଦେଇ ଦୀପ ଦାନ,
ପିତୃ ପୁରୁଷଙ୍କୁ କରୁ ଶ୍ରଦ୍ଧାରେ ସ୍ମରଣ |୧|
ଏଇ ତ ଅଟଇ ପୂଣ୍ୟ କାର୍ତ୍ତିକ ମାସର ଅମା ଅନ୍ଧକାର
ରଜନୀ ଅମାବାସ୍ୟାର ତିଥି
ଶୁଦ୍ଧ ପୂତ ଚିତ୍ତରେ, ମାଟିରେ ପ୍ରଦୀପଟିଏ ଥୋଇବା
ହେଉଅଛି ଆମରି ରୀତି |୨|
ସର୍ବୋଚ୍ଚତମ ନ୍ୟାୟାଳୟ ଜାରି ଅଛି ନିୟମ, ବାଣ
ଫୁଟେଇବାନି, ବଢୁଅଛି ପ୍ରଦ୍ୟୁଷଣ ,
ଶରଧାାରେ ଦୀପଟିଏ ଜାଳି କରିବା ପାଳନ ଆମ
ସନାତନୀ ପରମ୍ପରାକୁ ଯାହା ମହାନ |୩|
ବରଷକେ ଥରେ ଆସିଅଛି ପୁଣି ଆଲୋକର ଦୀପା
ବଳି ବଡ ବଡୁଆଙ୍କୁ ଆବାହାନ ପାଇଁ
କାଉଁରିଆ କାଠି ଜାଳି ଧୁମହୀନ ଦୀପ ଜାଳି ପାଳିବା
ଆମରି ପରବକୁ ଅନ୍ଧାର ଯିବ ଦୁରେଇ |୪|
ହିଂସା ଦ୍ୱେଷ ସ୍ୱାର୍ଥ ଗର୍ବ ଅହଙ୍କାର ରୂପୀ ଅନ୍ଧାରକୁ
ଦୂର କରାଇବା ଅର୍ଥରେ
ପାଳୁଅଛେ ଦୀପାବଳୀ, ପ୍ରତି ହୃଦୟରେ ଜ୍ଞାନରୂପୀ
ଆଲୋକ ଭରିଦେବା ପାଇଁରେ |୫|
ବଳିତାର ବାସ୍ନାକୁ ଆଘ୍ରାଣ କରିଲେ, ବିଜ୍ଞାନର ମତେ
ଶରୀର ରୁହଇ ସୁସ୍ଥ
ରଙ୍ଗୋଲି କରିବା ଦୀପ ଜଳାଇବା, ବାରୁଦ ଫୋଟକା
ଜଳାଇବା ନାହିଁ, ଯାହା ବିପଦ ମୁକ୍ତ |୬|
ଏକତ୍ରିତ ହୋଇ ଖୁସି ମନାଇବା, ପରିବେଶକୁ ଦୂଷିତ
ନକରିବା ହେଉ ପୃଥିବୀ ଧୁମହୀନ
ସୁସ୍ତ ନିରାମୟ ହୋଇବ ଜୀବନ ଯାପନ ଅଟଇ ସଦା
ସର୍ବଦା ଅଟଇ ବିପତ୍ତିବିହୀନ |୭|
ଏହି ମହାନ୍ ଦିନଟିର ମାହାତ୍ମ୍ୟ ଅନେକ ଅଟଇ ବିଶ୍ୱ
ର ପ୍ରତ୍ୟେକ ମାନବ ପାଇଁ
ଉଦ୍ଦେଶ୍ୟ ମହତ, ସମସ୍ତଙ୍କ ମନରେ ସୁଖ ଭରିଦେବା
ଶାନ୍ତି, ପ୍ରୀତି ଆଉ ପ୍ରେମର ଜ୍ଞାନ ଦେଇ |୮|
ବାରୁଦ ଧୁଆଁରେ ହୁଅଇ ଆଖିଧରା ରୋଗ ଓ ଶ୍ୱାସ
ରୋଗ, ସେଥିରୁ ନିବୃତ୍ତ ରହିବା,
ମିଠା ପିଠା ଦିଆନିଆ କରି ପର୍ବର ରଚିବା ମହତ୍ତ୍ଵ,
ଆନନ୍ଦରେ ରଙ୍ଗୋଲି ସଜାଇବା |୯|
ପୁଂଜିବାଦୀ ସମାଜରେ ଖାଇବାକୁ କାହାକୁ ମୁଠେ ମିଳେନା
କାହାକୁ, ମିଳେନା ପୁଣି ପଇସାଟିଏ
ପୁଂଜିପତି ଲଗାଏ ଟଙ୍କାରେ ନିଆଁ, ବାଣ ସବୁକୁ ଫୁଟାଇ
ଵଡଲୋକୀର ପରିଚୟ ଦେଇଥାଏ |୧୦|
ଆଶା ଏହି ଦିନକୁ ପାଳନ କରି ଶାନ୍ତିର ଦୀକ୍ଷାରେ
ସଭିଏଁ ହୋଇବା ନିର୍ମଳ
ମନରେ ସ୍ନେହ, ଶ୍ରଦ୍ଧା ଓ ପ୍ରେମ ଜାଗରିତ ହେବ,
ନରହିବ କା'ମନରେ କିଛି ଆବିଳ |୧୧|
ବାଣ ଫୁଟାର କଳନା ନାହିଁ, ସହର ବଜାର ଗାଁ ସଵୁଠି
ପ୍ରଦୂଷଣ ଧୂଆଁ ମୟହୁଏ ଜଗତ
ଅମ୍ଳଜାନ ବଦଳରେ, ଅଙ୍ଗାରକାମ୍ଳ ବଢଇ ବାୟୁମଣ୍ଡଳ
ରେ ଜୀବନକୁ ଆସେ ବିପଦ |୧୨|