STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବାର୍ତ୍ତାବହ

ବାର୍ତ୍ତାବହ

1 min
361


କବିତା ନୁହଁ ଶବ୍ଦର କୋଳାହଳ 

ପଦ ଛନ୍ଦର କେବେନୁହଁ ହଟ୍ଟଗୋଳ

ବରଂ ଭାବିପାର

ନିଶବ୍ଦ ଇଲାକାରେ

ଚୁନା ଚୁନା ଭାବାନାରେ ଗୁନ୍ଥା

 ପେନ୍ଥା ପେନ୍ଥା କଳ୍ପନାଫୁଲ ଅନିଳ

ଦିଶୁ ନ ଥିବା ଲହୁ ଲୁହର ଅନଳ

ଅସରନ୍ତି ଝରୁଥାଏ ସେ

ଭାବ ନିର୍ଝରିଣୀ ପରି

ଏକାନ୍ତ ମୁହୁର୍ତ୍ତେ ଅହରହ

ସ୍ଵତସ୍ଫୁତ ଆବେଗର ହୋଇ ବାର୍ତ୍ତାବହ


କବିତାରେ ସାମର୍ଥ୍ୟ ଅଛି ଆପାର ପାରାବାର

ଶବ୍ଦ ଚୟନ ଭାବ ରସାୟନ

ମନରେ ବାନ୍ଧିପାରେ ଆଶାର କିରଣ ଫୁତ୍କାର

ପଙ୍ଗୁ ଲଙ୍ଘୟତେ ଗିରି ନ୍ୟାୟରେ

ଅନ୍ଧ ହାତରେ ଦର୍ପଣ

କାଲ ଆଗରେ ନର୍ତ୍ତନ

ଫଟା ପଡ଼ିଆ ଜମିରେ ସୃଷ୍ଟି କରିପାରେ

ହସିଲା ପୁରିଲା ମରୁଦ୍ୟାନ ।


କବିତାର ପଣତ କାନି ଧରି ନେ

ମା' ପରି ସୁଖ ଶାନ୍ତି ପ୍ରଦାୟିନୀ

ମନରେ ଭଠୁଥିବା ଖଣ୍ଡ ପ୍ରଳୟକୁ

ଅବ୍ୟକ୍ତ ବେଦନାର କଣ୍ଟା ଖଣ୍ଡାଧରକୁ

ନିମିଷକେ ବଦଳେଇ ପାରେ

ଭାବନା କଲ୍ଲୋଳରେ ସିଞ୍ଜିପାରେ

ଗତି ମୁକ୍ତି ମୌତ୍ରୀର ଶୀତଳ ମନ୍ଦାକିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational